ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବୋଲେରୋ – ବାଇକ ମୁଁହାମୁଁହି ଧକ୍କା , ଦୁର୍ଘଟଣାରେ ଯୁବକ ଙ୍କ ମୃତ୍ୟୁ . ସୂଚନା ଅନୁଯାୟୀ ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ରାଉତି ଛକ ଠାରେ ସକାଳ ସମୟରେ ଏକ ବୋଲେରୋ ଏବଂ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଓଡ଼ଗାଁ ଆଦର୍ଶ ଥାନା କୁରାଳ ପଞ୍ଚାୟତ ହନୁମନ୍ତିଆ ଗ୍ରାମର ରଞ୍ଜନ ଜେନା ଙ୍କର ମୃତ୍ୟୁ ଘଟିଛି । ସକାଳ ସମୟରେ ରଞ୍ଜନ ନିଜ ଗ୍ରାମ ହନୁମନ୍ତିଆରୁ ବାଇକ ଯୋଗେ ବାହାରି ବେଲଗୁଣ୍ଠା ଅଭିମୁଖେ ଯାତ୍ରା ଯାଇଥିଲେ । ୨୧ ନଂ ଭୁବନେଶ୍ୱର-ଭଞ୍ଜନଗର ରାଜ୍ୟ ରାଜପଥ ରାଉତି ମୁଖ୍ୟ ଛକ ଠାରେ ସମ୍ମୁଖରୁ ଆସୁଥିବା ଓଡ଼ି ୩୩ କେ ୪୩୬୭ ନମ୍ବର ବିଶିଷ୍ଟ ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଗୁରୁତର ଆହତ ହେବା ପରେ ରଞ୍ଜନଙ୍କୁ ପ୍ରଥମେ ଜଗନ୍ନାଥ ପ୍ରସାଦ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ସେଠାରେ ରଞ୍ଜନକୁ ମୃତ ଘୋଷଣା କରିଥିଲେ । ଖବର ପାଇ ଜଗନ୍ନାଥ ପ୍ରସାଦ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୋଲେରୋକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି ।
ବୋଲେରୋ-ବାଇକ ମୁଁହାମୁଁହି ଧକ୍କା : ଯୁବକଙ୍କ ମୃତ୍ୟୁ !!!

