ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : କ୍ରୀଡାର ବିକାଶ କୁ ନେଇ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା . ଆଉ ଛାତ୍ରଛାତ୍ରୀଙ୍କୁ ଖେଳକୁଦ କରିବା ପାଈଁ ଦିଆଯାଉଛି ସ୍କୁଲ ସ୍ଥରରେ ପ୍ରେରଣା . ତେବେ କିଛି ରାଜନୈତିକ ହୀନ ଚକ୍ରାନ୍ତକାରିଙ୍କ ଯୋଗୁ ଲୋପ ପାଇବାକୁ ବସିଛି ବାଙ୍କୀ ର ସର୍ବ ପୁରାତନ ଖେଳପଡିଆ . ବିନା ଜନଶୁଣାଣୀ କିମ୍ବା ପୁରାତନ ଛାତ୍ର ସଂସଦଙ୍କୁ ଅବଗତ ନକରି ରାତିଅଧିଆ ରାଜନେତାଙ୍କ କୁଟ ଚକ୍ରାନ୍ତରେ ପ୍ରଶାସନିକ ସ୍ତରୀୟ ରାତି ଅଧିଆ ନିଷ୍ପତିକୁ ସହଜରେ ହଜମ କରି ପାରୁନାହାନ୍ତି ଅଧ୍ୟୟନ କରୁଥିବା ଛାତ୍ର କିମ୍ବା ପୁରାତନ ଛାତ୍ର , ନାଁ ସ୍ଥାନୀୟ ଅଞ୍ଚଳ ବାସୀ . କଟକ ଜିଲ୍ଲା ବାଙ୍କୀ ଟାଉନ ମଧ୍ୟରେ ରହିଥିବା ସର୍ବ ପୁରାତନ ଶତାୟୁ ଶିକ୍ଷାକେନ୍ଦ୍ର ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠର ଖେଳପଡିଆ . ଯେଉଁ ଖେଳ ପଡିଆ ଟିରେ କେବଳ ଅଧ୍ୟୟନ କରୁଥିବା ଛାତ୍ର ମାନେ କରି ନ ଥାନ୍ତି ଖେଳକୁଦ. ଏହି ପଡିଆ ଟି ଉପରେ ନିର୍ଭର କରିଥାନ୍ତି ଆଖପାଖର ପ୍ରାୟ ୫ ଟିରୁ ଉର୍ଦ୍ଧ ସ୍କୁଲର ଛାତ୍ର ଛାତ୍ରୀ ଓ କ୍ରୀଡ଼ାପ୍ରେମୀ . ଏବେ ଏହି ଆଉଟ ଡୋର ଖେଳ ପଡ଼ିଆଟିକୁ ଭାଙ୍ଗି ଚୂନମାର କରି ପ୍ରଶାସନିକ ସ୍ତରୀୟ ନିଷ୍ପତିରେ ଆରମ୍ଭ ହୋଇଯାଇଛି ଇଣ୍ଡୋର ଷ୍ଟାଡିୟମ ନିର୍ମାଣ . ଏବେ ରାତିଅଧିଆ ପ୍ରଶାସନର ନିଷ୍ପତିକୁ ଘୋର ବିରୋଧ କରୁଛନ୍ତି ଛାତ୍ର ଓ ସ୍ଥାନୀୟ ଅଞ୍ଚଳବାସୀ ଆଉ ପୁରାତନ ଛାତ୍ରଛାତ୍ରୀ . ତୁରନ୍ତ ଏହି ଇଣ୍ଡୋର ଷ୍ଟାଡିୟମ କାର୍ଯ୍ୟ ବନ୍ଦ ଜରନ୍ତୁ ବୋଲି ଦାବି ଜୋର ଧରିଛି , ଅପର ପଟେ ଖେଳ ପଡିଆ ଟି ଉପରେ ନିର୍ଭର କରି ଆସୁଥିବା ସ୍ଥାନୀୟ ଖମାରଙ୍ଗ ଓ ବେଦପୁର ଗ୍ରାମର ଅଧିବାସୀ ମାନେ ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠକୁ ଦେଇଥିଲେ ଦାନ ସ୍ୱରୂପ. ଏହା ସହିତ ଗ୍ରାମର ଲୋକେ ମାଙ୍ଗଳିକ କାମ ବିଭାଘର ଓ ବ୍ରତଘର ପାଈଁ ସମସ୍ତେ ନିର୍ଭର କରିଥାନ୍ତି ଏହି ଖେଳ ପଡ଼ିଆଟି ଉପରେ . ସେପଟେ ବିନା ଗ୍ରାମବାସୀଙ୍କ ସହିତ ଆଲୋଚନା ରେ ନିର୍ମାଣ ହେଉଥିବା ଇଣ୍ଡୋର ଷ୍ଟାଡିୟମ କୁ ବନ୍ଦ କରାଯାଉ ବୋଲି ଏବେ ଗ୍ରାମବାସୀଙ୍କ ପକ୍ଷରୁ ହେଉଛି ଦାବି . ପୁରାତନ ଛାତ୍ର ଓ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମାନେ ଏହାକୁ ଘୋର ବିରୋଧ କରୁଥିବା ବେଳେ ପ୍ରଶାସନର ରାତିଅଧିଆ ନିଷ୍ପତି କୁ ସହଜରେ ହଜମ କରି ପାରୁନାହାନ୍ତି ପୁରାତନ ଛାତ୍ର କିମ୍ବା ବୁଦ୍ଧିଜୀବୀ. ଏବେ ସିଧାସଳଖ ଚେତାବନୀ ଦେଇଛନ୍ତି ଛାତ୍ର ଓ ପୁରାତନ ଛାତ୍ର , ଆଉ ବୁଦ୍ଧିଜୀବୀ ମାନେ ଯଦି ଏହି ଖେଳ ପଡିଆ ରେ ନିର୍ମାଣଧୀନ ଇଣ୍ଡୋର ଷ୍ଟାଡିୟମକୁ ପ୍ରଶାସନ ବନ୍ଦ ନ ଜରନ୍ତି ଏହାକୁ ନେଇ ଜନ ଆନ୍ଦୋଳନ ମୁଣ୍ଡ ଟେକିବ ଯାହାପାଇଁ ପ୍ରଶାସନିକ ଅଧିକାରୀ ହିଁ ଦାୟୀ ରହିବେ. ଅପରପଟେ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଦାୟିତ୍ୱ ତୁଲାଇ ଆସୁଥିବା ଅଧିକାରୀ କହିଛନ୍ତି ଯଦି ଆମ ବିଦ୍ୟାଳୟ ଖେଳ ପଡିଆରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କରାଯାଏ ତେବେ ଏହା ଛାତ୍ର ମାନଙ୍କ ପାଈଁ ଶୁଭଙ୍କର ନୁହେଁ . ଯେ ହେତୁ ଏହା ପ୍ରଶାସନିକ ସ୍ଥରରେ ନିଷ୍ପତି କରାଯାଇ ଏଭଳି ଖେଳ ପଡିଆକୁ ବିଭାଜନ କରି ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କରୁଛନ୍ତି ଆମେ ଏହାକୁ ବିରୋଧ କରି ପାରୁନାହୁଁ ସମ୍ପୂର୍ଣ୍ଣ ନିରୁପାୟ .
ଆଉଟଡୋର ଖେଳ ପଡିଆ ରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣକୁ ନେଇ ଅସନ୍ତୋଷ !!!

