ବାଲିଗୁଡା ର ପୂର୍ବତନ ବିଜେପି ବିଧାୟକ ସୁରେନ୍ଦ୍ର କହଁରଙ୍କ ପରଲୋକ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ର ପୂର୍ବତନ ବିଜେପି ବିଧାୟକ ସୁରେନ୍ଦ୍ର କହଁରଙ୍କ ପରଲୋକ ହୋଇଯାଇଛି l ତାଙ୍କର ଦେହାନ୍ତ ବେଳକୁ ୮୪ ବର୍ଷ ହୋଇଥିଲା l ନିଜ ବାସ ଭବନ ସଲାଗୁଡା ଠାରେ ତାଙ୍କର ପରଲୋକ ହୋଇଥିବା ସମୟରେ ଅନ୍ତିମ ସଂସ୍କାର କରାଯାଇଛି l ସେ ଶିକ୍ଷକ ରୁ ଅବସର ଗ୍ରହଣ କରିବା ପରେ ୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ ବାଲିଗୁଡା ବିଧାୟକ ଭାବେ କାର୍ଯ୍ୟ କରିଥିଲେ l l ସେ ଦୀର୍ଘ ଦିନ ଧରି ଶଯ୍ୟାରେ ପଡି ରହି ଚିକିତ୍ସିତ ହେଉଥିଲେ l ଗୁରୁତର ହୋଇ ଶନିବାର ସକାଳ ସମୟରେ ମୃତ୍ୟୁ ବରଣ କରିଛନ୍ତି l ତାଙ୍କର ବିୟୋଗରେ ସମଗ୍ର ଜିଲ୍ଲା ବିଜେପି, ବିଜେଡି ଓ କଂଗ୍ରେସ ଦଳ ତଥା ବହୁ ନେତୃ ସ୍ଥାନୀୟ ବ୍ୟକ୍ତି ଙ୍କ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଅଞ୍ଚଳରେ ଶୋକରେ ଛାୟା ଖେଳି ଯାଇଛି l ମୃତ୍ୟୁ ଶଯ୍ୟା ନିକଟରେ ପୁଅ, ଝିଅ, ଜ୍ୱାଇଁ , ନାତି, ନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ l ସ୍ୱର୍ଗତ କହଁରଙ୍କ ମର ଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା l

Leave a Reply

Your email address will not be published. Required fields are marked *