ମାତିଛନ୍ତିି ଫଳକ ଭଙ୍ଗା ଦୁର୍ବୃତ୍ତ : ନୂଆଗାଁ ଥାନାରେ ଲିଖିତ ଅଭିଯୋଗ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ନୂଆଗାଁ ଏବଂ ପାରାଢିପି ପଞ୍ଚାୟତ ରେ ମାତିଛନ୍ତିି ଫଳକ ଭଙ୍ଗା ଦୁର୍ବୃତ୍ତ । ସୂଚନା ଅନୁଯାୟୀ ନୂଆଗାଁ ଏବଂ ପାରାଢିପି ପଞ୍ଚାୟତ ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଉଦଘାଟନ ପୂର୍ବରୁ ଫଳକ ଭାଙ୍ଗିବା ଘଟଣା ରାଜନୈତିକ ମହଲ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ଏବଂ ଜନସାଧାରଣ ଙ୍କ ମହଲରେ ତୀବ୍ର ନିନ୍ଦା ର ସୂତ୍ରପାତ ହେଉଛି । ବିଭିନ୍ନ ମହଲରୁ ଶୁଣିବାକୁ ମିଳୁଛି ଯେ କିଛି ଖଳ ପ୍ରକୃତିର ବ୍ୟକ୍ତି ପଞ୍ଚାୟତ ନିର୍ବାଚନ ପରଠାରୁ ଏଭଳି କଦର୍ଯ୍ୟ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି । ଆଉ କେହି କେହି କୁହନ୍ତି କିଛି ରାଜନୈତିକ ବ୍ୟକ୍ତି ନିର୍ବାଚନ ପରାଜୟ କରିବା ପରେ ଜ୍ଵର ବିକଳରେ ତାଟିଆ କାମୁଡ଼ି ଏଭଳି କଦର୍ଯ୍ୟ କାର୍ଯ୍ୟ କରିବାରେ ଲିପ୍ତ ଅଛନ୍ତି । ମିଳିଥିବା ଖବର ଅନୁସାରେ ନୂଆଗାଁ ପଞ୍ଚାୟତ ମେଡିକାଲ୍ ଏବଂ ପାରାଢ଼ିପି ପଞ୍ଚାୟତ ରେ ଫଳକ ଭଙ୍ଗା ପଛରେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ କାମ କରୁଥିବା ଅନୁମାନ କରାଯାଉଛି । ରାତି ଅଧାରେ ଯାଇ ସମସ୍ତେ ଶୋଇଗଲା ପରେ ଚୋର ଭଳିଆ ଫଳକ ଭାଙ୍ଗୁଛନ୍ତି ବୋଲି ଗ୍ରାମବାସୀ ଏବଂ କିଛି ବୁଦ୍ଧିଜୀବୀ କହୁଛନ୍ତି l ପାରାଢିପି ପଞ୍ଚାୟତ ରେ ଫଳକ ଭଙ୍ଗା କୁ ନେଇ ଆଜି ନୂଆଗାଁ ଥାନା ରେ ଏକ ଲିଖିତ ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *