ଅନୁଗୁଳ ସହରାଞ୍ଚଳରେ ବ୍ରାଉନ ସୁଗାର କାରବାର !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗର ସଦର ଏବଂ ମୋବାଇଲ ରେଞ୍ଜ ପକ୍ଷରୁ ଗତ ୨୪ ତାରିଖରେ ଜରପଡା ଓ ନାଲକୋ ଅଞ୍ଚଳରେ ଚଢାଉ କରାଯାଇଥିଲା । ଏ ଘଟଣାରେ ଜରପଡା ଉପର ସାହିର ଆଦିତ୍ୟ ସାହୁଙ୍କ ଠାରୁ ଦଶ କିଲୋ ଗଞ୍ଜେଇ ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଛି । ସେହିଭଳି ନାଲକୋ ନିକଟସ୍ଥ ଗିରାଙ୍ଗ ଗାଁ ରୁ ମୁନା ବେହେରା ନାମକ ଜଣେ ଯୁବକ ଠାରୁ ୧୨୦ ଗ୍ରାମ ବ୍ରାଉନ ସୁଗର୍ ଜବତ କରାଯିବା ସହ ତାକୁ ଗିରଫ କରାଯାଇଛି । ଅନୁଗୁଳ ସହରାଞ୍ଚଳରେ ବ୍ରାଉନ ସୁଗାର କାରବାର ଘଟଣା ବେଶ୍ ଆଲୋଡନ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *