ନରସିଂହପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବହୁ ପୁରାତନ ଅକ୍ଷୟ ତୃତୀୟା ମହୋତ୍ସବ କିଛି ବର୍ଷହେଲା ପରିଚାଳନା ଅଭାବରୁ ବନ୍ଦ ରହିଥିଲା । କିନ୍ତୁ ଏବେ ନୂତନ ସରପଞ୍ଚ ଏହାକୁ ପୁଣି ଥରେ ଆରମ୍ଭ କରିବାକୁ ଯାଉଛନ୍ତି । ଆରମ୍ଭ ହେବାକୁ ଯାଉଛି ଗୋପିନାଥପୁରର ଐତିହ୍ୟ ଅକ୍ଷୟ ତୃତୀୟା ମହୋତ୍ସବ ୨୦୨୨ । ଏଭଳି ନିଷ୍ପତିକୁ ଗ୍ରାମବାସୀ ଓ ପଡ଼ୋଶୀ ଅଞ୍ଚଳବାସୀ ପ୍ରଶଂସା କରିବା ସହ ସ୍ୱାଗତ ଜଣାଇଛନ୍ତି । ଆସନ୍ତା ମେ ମାସ 3 ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଅକ୍ଷୟ ତୃତୀୟା ମହୋତ୍ସବ ପାଇଁ ଗୋପୀନାଥପୁର ଗ୍ରାମ ପଞ୍ଚାୟତର ପ୍ରଥମ ଅଧିବେଶନ ରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି . କିଭଳି ଭାବେ ଶାନ୍ତି ଶୃଙ୍ଖଳା ଭାବେ ଏହି ମହୋତ୍ସବ ସମ୍ପୂର୍ଣ୍ଣ ହେବ ସେନେଇ ଆଲୋଚନା କରା ଯାଇଛି .
ପରିଚାଳନା କମିଟି ସଦସ୍ୟ ମାନେ ଏହି ମହୋତ୍ସବ କୁ ଶାନ୍ତି ଶୃଙ୍ଖଳା ରକ୍ଷା କରି ଆଗେଇ ନେବେ ସେ ଉପରେ ବିସ୍ତୃତ ଆଲୋଚନା ହୋଇଛି . ବୈଠକ ରେ ସ୍ଥାନୀୟ ତହସିଲଦାର ତପନ କୁମାର ପରିଡ଼ା, ଜିଲ୍ଲା ପରିଷଦ ସଦସ୍ୟ ରବୀନ୍ଦ୍ର କୁମାର ସାହୁ , ଚେୟାରମ୍ୟାନ ରଘୁପତି ମହାନ୍ତି , ଭାଇସ ଚେୟାରମ୍ୟାନ ଙ୍କ ପ୍ରତିନିଧି ସୁଶାନ୍ତ କୁମାର ଜେନା, ପୋଲିସ ଆଇଆଇସି , ଅଗ୍ନିଶମ ବିଭାଗ ଅଧିକାରୀ , ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ , କୃପାସିନ୍ଧୁ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ , ସ୍ଥାନୀୟ ସରପଞ୍ଚ ଯଯାତି କେଶରୀ ନାୟକ , ସମିତି ସଭ୍ୟ ଜିତେନ୍ଦ୍ର କୁମାର ମଲିକ , ଅଜୟ ବସ୍ତି ପ୍ରମୁଖ ୱାର୍ଡ ସଭ୍ୟ ଏବଂ କମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ . ଶାନ୍ତି ଶୃଙ୍ଖଳା ରକ୍ଷା ତଥା ଦୁର୍ଘଟଣା ଏଡାଇବା ପାଇଁ ପୋଲିସ ଅଧିକାରୀ ମାନେ ମୁତୟନ ହେବେ ଏବଂ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମାନେ ମେଡ଼ିକାଲ ରେ ଉପସ୍ଥିତ ରହିବା ସହିତ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ମଧ୍ୟ ନିୟୋଜିତ ହେବେ ।