କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ବ୍ଲକ ବାରଦା ପଞ୍ଚାୟତ ଅନ୍ତର୍ଗତ ଚାଞ୍ଚପଡା ଗ୍ରାମର ସାମ୍ବାଦିକ , ଦକ୍ଷ ସଂଗଠକ, କବି ତଥା ଅଗ୍ରଣୀ ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦର ବରେଣ୍ୟ ସହ ସମ୍ପାଦକ ପ୍ରଭାତ କୁମାର ମଲ୍ଲିକଙ୍କ ମାଆ ବେଙ୍ଗଲତା ମଲ୍ଲିକ (୮୨) ଙ୍କ ରବିବାର ରାତିରେ ପରଲୋକ ଘଟିଛି l ସେ ଜଣେ ସ୍ନେହୀ ଓ ଧର୍ମ ପରାୟଣା, ମିଷ୍ଟଭାଷୀ ମହିଳା ଥିଲେ l ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି l ସୋମବାର ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ସାନ ମଝିଆ ପୁଅ କେଦାରନାଥ ମୁଖାଗ୍ନି ଦେଇଥିଲେ l ମୃତ୍ୟୁଶଯ୍ୟା ନିକଟରେ ମଝିଆ ପୁଅ ଉପେନ୍ଦ୍ର, ଝିଅ, ଜ୍ୱାଇଁ, ଚାରି ବୋହୁ, ନାତି ନାତୁଣୀ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ l ଉଲ୍ଲେଖଯୋଗ୍ୟ ବେଙ୍ଗଲତାଙ୍କ ସ୍ୱାମୀ ତଥା ଅବସରପ୍ରାପ୍ତ ରେଲୱେ କର୍ମଚାରୀ ଦୁର୍ଯ୍ୟୋଧନ ମଲ୍ଲିକ ଏବଂ ବଡ଼ପୁଅ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ବିପିନ ବିହାରୀ ମଲ୍ଲିକଙ୍କ କିଛି ଦିନ ତଳେ ପରଲୋକ ଘଟିଥିଲା l
ସାମ୍ବାଦିକ ଙ୍କ ମାତୃ ବିୟୋଗ !!!

