ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଦୀର୍ଘ ୫ ବର୍ଷ ହେଲା ଚାଲିଛି ଅଙ୍ଗନବାଡି ଗୃହ ନିର୍ମାଣ କାର୍ଯ୍ୟ , କେବେ ତାହା ସରିବ ଆଉ କୁନି କୁନି ପିଲାମାନେ ସେଠି ବସି ପାଠ ପଢିବେ ତାହାର ସଠିକ ଉତ୍ତର ମିଳୁନି . ଠିକାଦାର ସାଜିଥିବା କୁଜିନେତା ଏବଂ ବିଭାଗୀୟ ଜେଇ ଙ୍କର ମିଲି ଭଗତ ରେ ଚାଲିଛି କାଳକ୍ଷେପଣ ନୀତି . ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ର ମାଳିସାହି ପଞ୍ଚାୟତରେ ସାମନାକୁ ଆସିଛି ଏପରି ଘଟଣା | କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଗ୍ରାମାଞ୍ଚଳ ର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାରେ ଲାଗିଛନ୍ତି | ତେବେ ମାଳିସାହି ଗ୍ରାମପଞ୍ଚାୟତ ଅଧୀନରେ ଚାଲିଥିବା ଅଙ୍ଗନବାଡି ଗୃହ କାହିଁକି ସମ୍ପୂର୍ଣ୍ଣ ହୋଇପାରୁନି ତାହା ଏବେ ଆଲୋଚନାର ବିଷୟ | ଦୀର୍ଘ ୫ ବର୍ଷ ହେଲା କାର୍ଯ୍ୟ ଚାଲୁ ରହିଥିଲେ ମଧ୍ୟ୍ୟ କଣ ପାଇଁ ଶେଷ ହୋଇପାରୁନି ତାହାକୁ ନେଇ ଏବେ ଉଠିଛି ପ୍ରଶ୍ନ | ସେପଟେ କୁନି କୁନି ପିଲାମାନେ ପାଠ ପଢିବା ପାଇଁ ହଇରାଣ ହରକତ ହେଉଥିବା ବେଳେ ପିଲା ଙ୍କ ଭବିଷ୍ୟତ ସହ ବିଭାଗ ଖେଳ ଖେଳୁଛି ବୋଲି ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ | ଏପଟେ ତଦନ୍ତ ପରିସରକୁ ମାଳିସାହି ଗ୍ରାମପଞ୍ଚାୟତ ରେ ଚାଲିଥିବା ଅଙ୍ଗନବାଡି ଗୃହ ର ଜେଇ ସହ ଠିକାଦାର ଆସିବେ କି | ତେବେ ଦେଖିବାକୁ ଅପେକ୍ଷା କେବେ ହେବ ତଦନ୍ତ କେବେ ହେବ କୁଜିନେତା ଠିକାଦାର ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ | ଯଦି ସଠିକ ତଦନ୍ତ ହୁଏ ତେବେ ଆଳୁ ଖୋଳୁ ମହାଦେବ ବାହାରିଲା ଭଳି ଅନେକ ଦୃଶ୍ୟ ସାମ୍ନା କୁ ଆସିବ ବୋଲି ନୂଆଗାଁ ବ୍ଲକ ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିଛି |