ଆପ୍ ଗଜପତି ଜିଲ୍ଲା ଶାଖା ତରଫରୁ ମହାରାଜାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ନବ ଉତ୍କଳ ନିର୍ମାତା ତଥା ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୧ ତମ ଜୟନ୍ତୀ ପାଳନ ଅବସରରେ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତ ଙ୍କ ନେତୃତ୍ୱରେ ଆପ୍ ଗଜପତି ଜିଲ୍ଲା ଶାଖା ତରଫରୁ ପାରଳାଖେମୁଣ୍ଡି ସ୍ଥିତ ବଜାର ଛକ ଠାରେ ଥିବା ମହାରାଜାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଛି । ସେ ଜଣେ ସୁଶାସକ ପ୍ରଜା ବତ୍ସଳ ରାଜା ଥିଲେ । ବିଛିନ୍ନ ଓଡ଼ିଆ ଭାଷା ଭାଷୀ ଅଞ୍ଚଳକୁ ଏକତ୍ରିତ କରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ତଥା ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଗଠନ କରିବାରେ ତାଙ୍କର ମୂଖ୍ୟ ଭୂମିକା ଥିଲା । ରାଜନୀତି, ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ଗମନାଗମନ, କୃଷି କ୍ଷେତ୍ରର ଉନ୍ନତି ଓ କଳା ସଂସ୍କୃତି କୁ ପ୍ରୋତ୍ସାହନ ଦେବା ସହ ପ୍ରଚାର ପ୍ରସାର କରିବାରେ ତାଙ୍କ ଅବଦାନ ଅତୁଳନୀୟ । ଦଳ ତରଫରୁ ମହାରାଜାଙ୍କ ଅବଦାନ କୁ ସ୍ମରଣ କରାଯିବା ସହିତ ଗଜପତି ଜିଲ୍ଲା ରେ ମେଡିକାଲ କଲେଜ ପ୍ରତିଷ୍ଠା କରିବା ଏବଂ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ନାମରେ ଏକ ସ୍ଥାୟୀ ସରକାରୀ ଯୋଜନା ନାମିତ କରିବା ପାଇଁ ଦାବୀ କରାଯାଇଛି । ଏହି କାର୍ଯ୍ୟକ୍ରମରେ କିଶୋର ଚନ୍ଦ୍ର ଗୁରୁ, ପାଇଲା ମୁରଲି କ୍ରିଷ୍ଣା, ଡି.ରାମା ରାଓ, ପୋନ୍ଦୁରୁ କୁମାର, ସମୀର ମିସାଲ, ବୋୟାଜ ବେବର୍ତ୍ତା , ଚକ୍ରଧର ନାୟକ, ପୋଗାଟି ଲାଛାନା ରାଓ, ଅମନ ଲିମ୍ମା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *