ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଅନ୍ତର୍ଗତ ଗାରାବନ୍ଧ ସ୍ଥିତ ଶ୍ରୀ ଭେଙ୍କେଟେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ମାଟ୍ରିକ ବିଦ୍ୟାର୍ଥୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବି.ତିରୁମାଲା ରାଓ ପଟ୍ଟନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାର୍ଥୀଙ୍କୁ ପ୍ରଧାନ ଶିକ୍ଷକ ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେବାକୁ ପରାମର୍ଶ ଦେଇଥିଲେ । ସ୍କୁଲର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ଉତ୍ତମ ଶିକ୍ଷା ଲାଭ କରି ସ୍କୁଲର, ଗ୍ରାମର ଓ ବାପା ମାଆ ଙ୍କ ର ଟେକ ରଖିବା କୁ ପରାମର୍ଶ ଦେଇଥିଲେ । ପରିଶେଷରେ ଛାତ୍ର ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ ପରୀକ୍ଷା ସକାଶେ ପରୀକ୍ଷା ମଲାଟ ଓ ପେନ ପ୍ରଦାନ କରିଥିଲେ । ପରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏକତ୍ରିତ ହୋଇ ଭୋଜନ କରିଥିଲେ । ସେହି ମୁହୂର୍ତ୍ତଟି ଛାତ୍ର ଛାତ୍ରୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଥିଲା ।
ମାଟ୍ରିକ ବିଦ୍ୟାର୍ଥୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା !!!

