ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପ୍ରଶାସନିକ ଟିମ ତରଫରୁ ଗଜପତି ଜିଲ୍ଲାର ଛେଳିଗଡ଼ ପ୍ରକଳ୍ପ ଉନ୍ନୟନ କାର୍ଯ୍ୟ ସମୀକ୍ଷା . ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର , ଜଳସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ୫-ଟି ଶାସନ ସଚିବ ଭି.କେ. ପାଣ୍ଡିଆନ୍ ଗଜପତି ଜିଲ୍ଲା ଗସ୍ତ କରି ଛେଳିଗଡ ଜଳସେଚନ ଓ ଜଳବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି । ଟିମ ର ବରିଷ୍ଠ ଅଧିକାରୀ ମାନେ ନିର୍ମାଣାଧିନ ଟନେଲ୍ ଭିତରକୁ ଯାଇ ବାସ୍ତବ ସ୍ଥିତି ଅନୁଧ୍ୟାନ ସହ କ୍ଷେତ୍ର ସ୍ତରୀୟ ଯନ୍ତ୍ରୀ ମାନଙ୍କୁ କାର୍ଯ୍ୟ ତ୍ୱରାନ୍ୱିତ କରିବା ନିମନ୍ତେ ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଥିଲେ । ସମୀକ୍ଷା ପରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ଟନେଲ୍ର ୨୦୦ ମିଟର ନିର୍ମାଣ ସରିଛି । ଅବଶିଷ୍ଟ କାର୍ଯ୍ୟ ଅକ୍ଟୋବର ମାସ ମଧ୍ୟରେ ସାରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଟନେଲ୍ ନିର୍ମାଣ କାର୍ଯ୍ୟ ସରିଲେ ଅସ୍ଥାୟୀ ଭାବେ ଚାଷ ପାଇଁ ପାଣି ଯୋଗା ଯାଇପାରିବ ବୋଲି ଶ୍ରୀ ମହାପାତ୍ର ଆଶା ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ଏହି ପ୍ରକଳ୍ପ ମାଧ୍ୟମରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ୬୨୬୦ ହେକ୍ଟରରୁ ଅଧିକ ଜମି ଜଳ ସେଚିତ ହେବ । ୨୦୨୪ ମସିହା ସୁଦ୍ଧା ପୁରା ପ୍ରକଳ୍ପ କାର୍ଯ୍ୟ ପୂର୍ଣ୍ଣାଙ୍ଗ ଲକ୍ଷ୍ୟ ନେଇ କାର୍ଯ୍ୟସାରଣୀ ପ୍ରସ୍ତୁତ କରାଯାଇଛି । ଏହି ଗସ୍ତ କାଳରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ ।
ପ୍ରଶାସନିକ ଟିମ ତରଫରୁ ଗଜପତି ଜିଲ୍ଲାର ଛେଳିଗଡ଼ ପ୍ରକଳ୍ପ ଉନ୍ନୟନ କାର୍ଯ୍ୟ ସମୀକ୍ଷା !!!

