୩ ଜଣ ହତ୍ୟାକାରୀଙ୍କୁ ଆଜୀବନ କରାଦଣ୍ଡ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ଦୌରା ଜଜ୍ ପ୍ରଣବ କୁମାର ପାତ୍ର ଏକ ହତ୍ୟା ମାମଲାର ବିଚାର କରି ଶୁକ୍ରବାର ୩ ଜଣ ହତ୍ୟାକାରୀଙ୍କୁ ଆଜୀବନ କରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନା ଯେ, ୨୦୦୩ ମସିହା ଅପ୍ରେଲ ୯ ତାରିଖ ସକାଳେ ବଅଁରପାଳ ଥାନା ଅନ୍ତର୍ଗତ ଲଙ୍ଗୁଳିଆବେଡ଼ା ଗାଁର ଉତ୍ସବାନନ୍ଦ ସାହୁଙ୍କ ସ୍ତ୍ରୀ ନୀର୍ମଳା ସାହୁ, ତାଙ୍କ ଜା’ ବିନତୀ ସାହୁ ଓ ଅନ୍ୟ ୩ / ୪ ଜଣ ସ୍ତ୍ରୀ ଲୋକ ଘରପାଖ କୂଅକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ସେଠାରେ ପଡ଼ୋଶୀ ପ୍ରସନ୍ନ କୁମାର ବିଶ୍ୱାଳ , ପୁଅ ଜିତେନ୍ଦ୍ର କୁମାର ବିଶ୍ୱାଳ ଓ ତପନ କୁମାର ବିଶ୍ୱାଳ ଶାବଳ ଓ ଠେଙ୍ଗାରେ ପିଟିପିଟି ନୀର୍ମଳାଙ୍କୁ ମାରିଥିଲେ । ଫଳରେ ଘଟଣାସ୍ଥଳରେ ନିର୍ମଳ ଙ୍କ ମୃତ୍ୟୁ ହୋଇଥିଲା । ଏ ନେଇ ନିର୍ମଳ ଙ୍କ ସ୍ୱାମୀ ଉତ୍ସବାନନ୍ଦ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ, ପୂର୍ବ ଶତ୍ରୁତାରୁ ବାପ ପୁଅ ଏହି ହତ୍ୟାକାଣ୍ଡ କରିଛନ୍ତି । ଅଭିଯୋଗ ପାଇ ପୁଲିସ ଥାନା କେସ ନଂ ୩୧ / ୨୦୦୩ରେ ଦଫା ୩୦୨, ୩୨୩,୧୧୪,୧୧୫ ଓ ୩୪ରେ ଏକ ମାମଲା ରୁଜୁକରି ଶବକୁ ଜବତକରି ବ୍ୟବଛେଦ କରାଇଥିଲା । ଏଥିସହ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାରେ ବିଚାରପତି ଶ୍ରୀ ପାତ୍ର ୧୪ ଜଣ ସାକ୍ଷୀଙ୍କ ବୟାନ ଓ ୧୩ ଟି ଦଲିଲକୁ ଆଧାର କରି ୩ ଅଭିଯୁକ୍ତଙ୍କୁ ଦଫା ୩୦୨ ପାଇଁ ଆଜୀବନ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ଜୋରିମାନା ଅନାଦେୟ ହେଲେ ଅଧିକ ୬ ମାସ କାରାଦଣ୍ଡ ଭୋଗିବେ ବୋଲି ଦଣ୍ଡାଦେଶ ଦେଇଛନ୍ତି । ସରକାରଙ୍କ ତରଫରୁ ଏହି ମାମଲା ପବ୍ଲିକ୍ ପ୍ରସିକ୍ୟୁଟର ପ୍ରଦୀପ କୁମାର ଦାସ ଓ ସହକାରୀ ପବ୍ଲିକ୍ ପ୍ରସିକ୍ୟୁଟର ପ୍ରଦୀପ କୁମାର ଭୁତିଆ ପରିଚାଳନା କରୁଥିଲେ ।

Leave a Reply

Your email address will not be published. Required fields are marked *