ପୋଲିସ ବିଭାଗ ତରଫରୁ ଜନ ସମ୍ପର୍କ ଶିବିର ଆୟୋଜିତ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳ ବାରଖମା ଫାଣ୍ଡିର ସଲାଗୁଡା ପଞ୍ଚାୟତ ଏକ ମାଓ ଅଧ୍ୟୁଷିତ ଅଞ୍ଚଳ । ପୁଲିସ ଓ ସାଧାରଣ ଜନତା ମଧ୍ୟରେ ସୁସମ୍ପର୍କ ସ୍ଥାପନ ପାଇଁ ଏକ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଛୋଟ ଛୋଟ ସ୍କୁଲ ପଢା ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବୃଦ୍ଧା / ବୃଦ୍ଧା ଙ୍କ ପାଇଁ ଓ ଗାଁ ‘ ର ଯୁବ ଗୋଷ୍ଠୀ ଙ୍କୁ ସ୍କୁଲ ବ୍ୟାଗ , ପେନସିଲ , ରବର୍ , ମସୁରି, କମଳ, ଭଲିବଲ, ନେଟ୍ ବାଦ୍ୟଯନ୍ତ୍ର ଇତ୍ୟାଦି ବଣ୍ଟନ କରାଯାଇଥିଲା । ଏହି ଶିବିରରେ ବାଲିଗୁଡା ପୁଲିସ୍ ଏସ୍,ଡି,ପି,ଓ ଜି. ଆର. ରେଡି, ଥାନା ଭାରପ୍ରାପ୍ତ ଅଧିକାରୀ ବାବା ଶଙ୍କର ସରାଫ୍ ଙ୍କ ସହ ଫାଣ୍ଡି ଅଧିକାରୀ ଲଳିତ ସାଗର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *