ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୟାଗଡ଼ ଜିଲ୍ଲା ବନଖଣ୍ଡ ଅଧିନସ୍ଥ ମହୀପୁର ବନାଞ୍ଚଳ ର ସଂପଡା ମେଗା ନର୍ସରୀ ଭିତରେ କାହାର ଅନୁମତି ନ ନେଇ ଗତ ୨୭ ତାରିଖ ସନ୍ଧ୍ୟା ସମୟ ରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ନିଜର ସଦଳ ବଳ ଧରି ଏକ ମିଟିଙ୍ଗ କରିଥିଲେ | ଯାହାକୁ ନେଇ ନୂଆଗାଁ ବ୍ଲକର ବୁଦ୍ଧିଜୀବୀ ମାନଙ୍କ ମନରେ ଏକ ପ୍ରକାର ସନ୍ଦେହ ପ୍ରକାଶ ପାଇବା ବିଭିନ୍ନ କଥା ଆଲୋଚନା ହୋଇଥିଲା | ଏ ବିଷୟରେ କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏବେ ବିବାଦ ରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଏବଂ ମହୀପୁର ବନାଞ୍ଚଳ କାର୍ଯ୍ୟନିର୍ବାହୀ ରେଞ୍ଜର ସୁଶାନ୍ତ କୁମାର ସ୍ୱାଇଁ | ସେପଟେ ଆମେ ନୟାଗଡ଼ ବନଖଣ୍ଡ ଅଧିକାରିଣୀ କ୍ଷମା ଷଡ଼ଙ୍ଗୀ ଙ୍କ ସହ ଯୋଗାଯୋଗ କରିଥିଲୁ . ଅଧିକାରୀଙ୍କ କହିବା କଥା ଏ ବିଷୟରେ ତାଙ୍କ ପାଖରେ କିଛି ଖବର ନଥିଲା , ଖବର ପହଞ୍ଚିଲା ବେଳକୁ ମିଟିଙ୍ଗ ସରି ଯାଇଥିଲା | ତେବେ ଘଟଣା ସମ୍ପର୍କରେ ମହୀପୁର ବନାଞ୍ଚଳ ରେଞ୍ଜର ଙ୍କୁ କାରଣ ଦର୍ଶାଅ ଚିଠି ଜାରି ହୋଇଛି . ଘଟଣାରେ ଯିଏ ବି ଭୁଲ କରିଛି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡ଼ିଏଫଓ ପ୍ରତିକ୍ରିୟା ରଖିଛନ୍ତି | ଅନ୍ୟ ପକ୍ଷରେ ମିଟିଂ ପରେ ମେଗା ନର୍ସରୀ ଭିତରେ କୁଢ଼ କୁଢ଼ ଅଇଁଠା ପ୍ଲେଟ ସହ ପାଣି ବୋତଲ ପଡ଼ି ରହିଛି | ଏପଟେ ସରକାର ଦେଉଛନ୍ତି ସ୍ୱଚ୍ଛ ଭାରତ ଅଭିଯାନର ନାରା , ସରକାର ସ୍ୱଚ୍ଛ ଭାରତ ଅଭିଯାନ ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ନିୟମ କୁ ଫୁ କରି ଉଡେଇ ଦେଇଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା | ମେଗା ନର୍ସରୀ କର୍ମଚାରୀ ଙ୍କ କହିବା କଥା ଯେ , ବିଧାୟକ ଏବଂ ତାଙ୍କ ଲୋକ ସବୁ ସନ୍ଧ୍ୟା ସମୟରେ ଆସିଲେ ମିଟିଙ୍ଗ କଲେ ଚିକେନ ଭାତ ଖାଇଲେ , ପ୍ଲେଟ ପକେଇ ଦେଇ ଚାଲିଗଲେ | ସବୁଠାରୁ ବଡ଼ କଥା ହେଉଛି ଡ଼ିଏଫଓ ଙ୍କ ଅନୁମତି ନ ନେଇ କାହା ବଳ ରେ ବିଧାୟକ ଏଭଳି ରାତିରେ ମେଗା ନର୍ସରୀ ଭିତରେ ପଶି ରାଜନୈତିକ ମିଟିଙ୍ଗ କରୁଥିଲେ | ମେଗା ନର୍ସରୀ ଠାରୁ ୫ କିଲୋମିଟର ଦୂରରେ ମହୀପୁର ବନାଞ୍ଚଳ କାର୍ଯ୍ୟାଳୟ ହୋଇଥିବା ବେଳେ ଘଟଣା ସମ୍ପର୍କରେ କେମିତି ଜାଣି ପାରିଲାନି ବନବିଭାଗ | ନା ରେଞ୍ଜର, ଫରେଷ୍ଟର ଙ୍କ ସହ କିଛି ରଫାଦଫା କରି ହେଉଥିଲା କାର୍ଯ୍ୟକ୍ରମ ? ମେଗା ନର୍ସରୀ ରେ ବିଧାୟକ ଙ୍କ ଦଳୀୟ ମିଟିଙ୍ଗ | ଏହାର ଉଚିତ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଭିନ୍ନ ମହଲ ରୁ ଦାବି ଜୋର ଧରିଛି |
ସଂପଡା ନର୍ସରୀରେ ରାଜନୈତିକ ମିଟିଙ୍ଗ ଘଟଣା : ମହୀପୁର ବନାଞ୍ଚଳ ରେଞ୍ଜର ଙ୍କୁ କାରଣ ଦର୍ଶାଅ ଚିଠି ଜାରି !!!

