ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିୟାନ ପବ୍ଲିକ ସ୍କୁଲ ଦ୍ୱାଦଶ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନଙ୍କ ବୋର୍ଡ ପରୀକ୍ଷା ପାଇଁ ଶୁଭେଚ୍ଛା ଓ ଆଗାମୀ ଭବିଷ୍ୟତ ଆରମ୍ଭ ପାଇଁ ଶୁଭ କାମନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟ ର ଅଡିଟୋରିୟମ ଠାରେ ଅନୁଷ୍ଠିତ ହୋଇ ଥିବା ବେଳେ ଏଥିରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପ୍ରାୟ 200 ଛାତ୍ର ଛାତ୍ରୀ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।ମୁଖ୍ୟ ଅତିଥି ଭାବେ ବିଶ୍ୱ ବିଦ୍ୟାଳୟର ପ୍ରଶାସନ ନିର୍ଦ୍ଦେଶକ ଡକ୍ଟର, ଦୂର୍ଗା ପ୍ରସାଦ ପାଢ଼ୀ,ସମ୍ମାନୀତ ଅତିଥି ଭାବେ ଡକ୍ଟର ଏସ ପି ନନ୍ଦ,ବିଦ୍ୟାଳୟର ଅଧ୍ୟକ୍ଷା ସୁନିତା ପାଣିଗ୍ରାହୀ, ଆଞ୍ଚଳିକ ନିର୍ଦ୍ଦେଶକ ସମ୍ବିତ ପାତ୍ର,ସହ ନିର୍ଦ୍ଦେଶକ ପ୍ରଦୀପ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଭଲ ପାଠ ପଢି ସୁ ମଣିଷ ହୋଇ ସମାଜର ଉନ୍ନତି ମୂଳକ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଉତ୍ସ।ହିତ କରିବା ସହ ଭଲ ମଣିଷ ହୋଇ ନିଜର ସୁନାମ ଏବଂ ପିତାମାତା ଗୁରୁଜନ ଓ ବିଦ୍ୟାଳୟରକୁ ଗର୍ବିତ କରାଅ ବୋଲି ଉପଦେଶ ଦେଇଥିଲେ।ଏହି ଅବସରରେ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ମାନେ ବିଭିନ୍ନ କାର୍ଯ୍ୟକ୍ରମ ତଥା ସଙ୍ଗୀତ, ନୃତ୍ୟ, ନାଟକ ଏବଂ ଦ୍ୱାଦଶ ଶ୍ରେଣୀ ର ଛାତ୍ରୀଙ୍କୁ କୌତୁକିଆ ଖେଳର ପରିବେଷଣ କରିଥିଲେ।ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଦ୍ୱାଦଶ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ଆଗାମୀ ପରୀକ୍ଷା ପାଇଁ କିପରି ପ୍ରସ୍ତୁତ କରିବେ ସେ ନେଇ ଉପଦେଶ ଦେଇଥିଲେ ।
ସେଞ୍ଚୁରିୟାନ ପବ୍ଲିକ ସ୍କୁଲରେ ଦ୍ୱାଦଶ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ଲାଗି ଶୁଭେଚ୍ଛା ଓ ଶୁଭକାମନା କାର୍ଯ୍ୟକ୍ରମ !!!

