ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଆଜି ହେଉଛି ଶ୍ରମିକ ଦିବସ . ତେବେ ଶ୍ରମିକ ଦିବସ ରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା ମେସ୍କୋ କାରଖାନା ସମ୍ମୁଖ ରେ ! ଦୀର୍ଘ ଛବିଶ ମାସ ହେଲା କାରଖାନା ରେ ଉତ୍ପାଦନ ବନ୍ଦ ରଖିଛି ମେସ୍କୋ କମ୍ପାନୀ ! କମ୍ପାନୀ ର ଉଚ୍ଚ କର୍ତ୍ତୃପକ୍ଷ ସରକାରଙ୍କ ଭୁଲ ନିଷ୍ପତି ର ଆଳ ଦେଖାଇ ନିରୀହ କର୍ମଚାରୀ ଓ ଶ୍ରମିକଙ୍କୁ ଅନେକ ଦୁଃଖ କଷ୍ଟ ରେ ରଖିଛନ୍ତି ! କର୍ମଚାରୀ ମାନେ ନିଜର ପରିବାର ଭରଣ ପୋଷଣ କରିବାରେ ଆଜି ଆସମର୍ଥ ହୋଇ ଯାଇଛନ୍ତି ! ଆଜି ସମସ୍ତ କର୍ମଚାରୀ ଓ ଶ୍ରମିକ ସେମାନଙ୍କର ନିଷ୍ପତ୍ତି ଅନୁଯାୟୀ ଶ୍ରମିକ ଦିବସ କୁ କଳା ଦିବସ ରୂପରେ ପାଳନ କରିଛନ୍ତି ! ଆଜି ସକାଳ ଦଶ ଘଟିକା ସମୟରେ ମେସ୍କୋ କାରଖାନା ମୁଖ୍ୟ ଫାଟକ ଠାରେ ସମସ୍ତ କର୍ମଚାରୀ ଓ ଶ୍ରମିକ ମାନେ ହାତରେ କଳା କପଡା ବାନ୍ଧି ପ୍ରଦର୍ଶନ କରିଥିଲେ . ସଂଘ ସଭାପତି ମହମଦ ଯାହେଦ ଙ୍କ ସଭାପତିତ୍ୱ ରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା !