ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ପ୍ରଶାସନ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ଅଭାବରୁ ବଢ଼ି ଚାଲିଛି ବାଲ୍ୟବିବାହ । ସଚେତନତା ପ୍ରଚାର ପ୍ରସାର ଅଭିଯାନ କେବଳ ଫାଇଲ ଭିତରେ ରହିବା ହେତୁ ଜନ ସଚେତନତା ହୋଇ ପାରୁନାହିଁ । ନୟାଗଡ଼ ଚାଇଲ୍ଡ ଲାଇନ କୈାଣସି ସୂତ୍ରରୁ ଖବର ପାଇ ଜଣେ ଚଉଦ ବର୍ଷ ଝିଅ ର ବିବାହ ବନ୍ଦ କରିବାରେ ସଫଳ ହୋଇଛି । ଖଣ୍ଡପଡ଼ା ବ୍ଲକ ସାପୁଆ କୋସ୍କା ଗ୍ରାମର ୪୩ ବର୍ଷିୟ ବୟସ୍କ ସନ୍ତୋଷ ପ୍ରଧାନ ଜଣେ ୧୪ ବର୍ଷର ନାବାଳିକା ଝିଅ କୁ ଦ୍ଵିତୀୟ ବିବାହ ପାଇଁ ନେଇ ଯାଇଥିଲେ । ପୂର୍ବରୁ ସନ୍ତୋଷ ବିବାହିତ ବର୍ତ୍ତମାନ ତାଙ୍କ ସ୍ତ୍ରୀ ଜୀବିତ ଥିବାବେଳେ ଛୁଆପିଲା ମଧ୍ୟ ଅଛନ୍ତି । ସ୍ତ୍ରୀ ପିଲାଙ୍କୁ ଛାଡି ସନ୍ତୋଷ ଜଣେ ୧୪ ବର୍ଷର ନାବାଳିକା ଝିଅକୁ ବିବାହ କରିବାକୁ ନେଇ ଯାଇଥିବା ତାଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି । ନାବାଳିକା ଙ୍କ ବିବାହ ଖବର ପାଇ ଚାଇଲ୍ଡ ଲାଇନ ସଦସ୍ୟ ସୁଜାତା ବେହେରା, ବିଭୁତି ବେହେରା ଏବଂ କୋସ୍କା ଫାଣ୍ଡି ଅଧିକାରୀ ଚଢ଼ଉ କରିଥିଲେ । ଘଟଣା ସ୍ଥଳରୁ ଝିଅ କୁ ଉଦ୍ଧାର କରାଯାଇଥିବା ବେଳେ ସନ୍ତୋଷ ଫେରାର ହୋଇ ଯାଇଛି । ଝିଅ କୁ ଉଦ୍ଧାର କରାଯାଇ ଜିଲ୍ଲା ଶିଶୁ ମଙ୍ଗଳ ସମିତିରେ ହାଜର କରାଯାଇ ତପସ୍ୟା ଶିଶୁ ଗୃହ ରେ ରଖାଯାଇଥିବା ସୂଚନା ମିଳିଛି ।

