ଜିଲ୍ଲା ସ୍ତରୀୟ ମହାକବି ଶ୍ରୀ ଜୟଦେବ ଜୟନ୍ତୀ ପାଳିତ !!!

0
193

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ସ୍ଥାନୀୟ ଗ୍ରାମଣୀ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଅନୁଷ୍ଠାନ ଠାରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଅଛି l ଏହି ସଭାରେ ମୁଖ୍ୟ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ ଯୋଗଦେଇ କହିଥିଲେ ଆମ ସମସ୍ତଙ୍କୁ ଜଗନ୍ନାଥ ସଂସ୍କୃତି ବାନ୍ଧି ରଖିଛି , ରାଜା ମହାରାଜ ମାନେ ପୂର୍ଵରୁ କଳା,ସଂସ୍କୃତି, ସାହିତ୍ୟ ବଞ୍ଚାଇ ରଖିଛନ୍ତି l ଜୟଦେବ ଜୟନ୍ତୀ ଅବସରେ ଆମର ସମସ୍ତଙ୍କର ସମୟ ଆସିଛି ବର୍ତ୍ତମାନର ପିଢ଼ି ମାନଙ୍କୁ ସଚେତନତା ଓ ପ୍ରସାର କରିବା ଦାୟିତ୍ୱ ବୋଲି କହିଥିଲେ l ସେହିପରି ମୁଖ୍ୟବକ୍ତା ଭାବେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ଆଜି ସମଗ୍ର ଭାରତ ବର୍ଷରେ ସ୍ମରଣୀୟ ଦିବସ l ଏହି ପବିତ୍ର ଦିନରେ ଆମର ସୌଭାଗ୍ୟ କୁ ଓଡିଶା ରେ ଜନ୍ମ ଗ୍ରହଣ କରି ମହାକାବି ଜୟଦେବ ସମଗ୍ର ଜାତିକୁ ସମଗ୍ର ବିଶ୍ୱକୁ ପରିଚିତ କରିଛନ୍ତି l ଆଜିକୁ ପ୍ରାୟ ୧୦୦ବର୍ଷ ଓଡିଶାରେ ଏହି ଭଳି ମହାନ ପୁରୁଷ ସାରା ଓଡିଶାରେ ଚହଳ ସୃଷ୍ଟି କରିଥିଲେ l ଗୀତ ଗୋବିନ୍ଦ ରଚୟିତା ସଂଗୀତ, ନୃତ୍ୟ ନାଟିକା ଶୀର୍ଷରେ ରହିଛି ଵୋଲି କହିଥିଲେ l ଅନ୍ୟମାନଙ୍କ ମଧ୍ୟରେ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠି, ଆଚାର୍ଯ୍ୟ ବିନୋଦ ଜେନା ଜୟଦେବଙ୍କ ଜୀବନ ଉପରେ କହିଥିଲେ l ଜିଲ୍ଲାର ବିଭିନ୍ନ ବିଭାଗ ଅଧିକାରୀ, ବରିଷ୍ଠ ନାଗରିକ, ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅବସରେ ହୋଇଥିବା ଓଡ଼ିଆ ବକ୍ତୃତା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ଶିଶା, ନରସିଂହ ବ୍ରଜବନ୍ଧୁ , ଦିଲ୍ଲୀପ ରଥ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ l

LEAVE A REPLY

Please enter your comment!
Please enter your name here