ତାଳଚେର ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୋଳର କଣିହାଁ ଓ ତାଳଚେ ଅଞ୍ଚଳବାସୀଙ୍କର ହକ୍ ନିମନ୍ତେ ୧୦ଦଫା ଦାବୀ ନେଇ ଆନ୍ଦୋଳନ କୁ ଓହ୍ଲାଇଛି ତାଳଚେର ସୁରକ୍ଷା ମଞ୍ଚ । ଏନ୍ ଟି ପି ସି ମୁଖ୍ୟ ଫାଟକ ଠାରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ତାଳଚେର ସୁରକ୍ଷା ମଞ୍ଚ ସଭାପତି ମୁରଲୀଧର ସାହୁ, ତାଳଚେର ର ପ୍ରତ୍ୟେକ ଜୋନର ଜିଲ୍ଲା ପରିଷଦ, କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ ଓ ସରପଞ୍ଚ , ସମିତି ସଭ୍ୟ ୱାର୍ଡ ମେମ୍ବର ଆଦି ଏହି ଆନ୍ଦୋଳନରେ ସାମିଲ ଥିଲେ । ୧୦ ଦଫା ଦାବୀ ଗୁଡିକ ହେଲା : ୧ – ପୂର୍ବ ରୁ ନିଷ୍ପତ୍ତି ଅନୁଯାୟୀ ୧୭ ଜଣ sap ଜମୀହରା ଙ୍କୁ ତୁରନ୍ତ ଏନ୍ ଟି ପି ସି କଣିହାଁ ଠାରେ ନିଯୁକ୍ତି ଦିଆଯାଉ । ୨- ଏନ୍ ଟି ପି ସି ଦ୍ୱାରା MGR-୨ରୁ ( ୩, ୫କିଲୋମିଟର ) ପାଇଁ ଜମି ଅଧିଗ୍ରହଣ ହୋଇଥିବା ଜମୀହରା ମାନଙ୍କୁ ତୁରନ୍ତ ନିଯୁକ୍ତି ଓ ଥଇଥାନ କରାଯାଉ । ୩ – ଠିକା କର୍ମଚାରୀ ମାନଙ୍କୁ Contingency Status କୁ ପ୍ରତ୍ୟାହାର କରି Regular contractual Maintenance worker ଭାବେ ମାନ୍ୟତା ପ୍ରଦାନ କରାଯାଉ । ୪ – ଯେଉଁ SAP/LAP ପରିବାର ଗୁଡିକ ନିଯୁକ୍ତି ବଦଳରେ ଅର୍ଥରାଶି ଗ୍ରହଣ କରିଥିଲେ ସେହି ପରିବାର ର ଜଣେ ବ୍ୟକ୍ତିଙ୍କୁ contractual Maintenance worker ଭାବେ ମାନ୍ୟତା ପ୍ରଦାନ କରାଯାଉ । ୫ – contractual Maintenance worker ମାନଙ୍କୁ ଅଭିଜ୍ଞତା ଭିତ୍ତିରେ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ପଦୋନ୍ନତି କରାଯାଉ । ୬ – contractual Maintenance worker ମାନଙ୍କୁ ESI ଅନ୍ତର୍ଗତ ଚିକିତ୍ସା ସୁବିଧା ପ୍ରଦାନ ନିମନ୍ତେ ଏନ୍ ଟି ପି ସି ଚିକିତ୍ସାଳୟ ଠାରେ ଏକ ESI Dispensary ଖୋଲାଯାଉ । ୭ – contractual Maintenance worker ମାନଙ୍କୁ ପ୍ରଦାନ କରାଯାଇଥିବା Allowance କୁ ବୃଦ୍ଧି କରାଯାଉ HPC rate ବେତନ ପ୍ରଦାନ କରାଯାଉ । ୮ – CSR ପାଣ୍ଠିର ୭୦ପ୍ରତିଶତ ଅର୍ଥରାଶି ଏନ୍ ଟି ପି ସି ର ୧୩କିଲୋମିଟର ପରିଧି ଅନ୍ତର୍ଭୁକ୍ତ ଗ୍ରାମ ଗୁଡ଼ିକର ଶିକ୍ଷା, ସ୍ୱାସ୍ଥ୍ୟ ଯୋଗାଯୋଗ ଓ ଆତ୍ମ ନିଯୁକ୍ତି ଇତ୍ୟାଦି ରେ ବିନିଯୋଗ କରାଯାଉ । ୯ – ଏନ୍ ଟି ପି ସି ପାଉଁଶ ପୋଖରୀ ପାଇଁ ଜମି ଅଧିଗ୍ରହଣ ହୋଇଥିଲା ଜମୀହରାଙ୍କୁ କ୍ଷତିପୂରଣ, ପାଉଁଶ ପାଣି ଦ୍ୱାରା କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବା ସଙ୍ଗେ ସଙ୍ଗେ ଟିକିରା ନଦୀରେ ଛଡାଯାଉଥିବା ପାଉଁଶ ଜଳକୁ ସଂପୂର୍ଣ୍ଣ ବନ୍ଦ କରାଯାଉ। ୧୦ – ଏନ୍ ଟି ପି ସି ର ୧୩କିଲୋମିଟର ପରିଧି ଅନ୍ତର୍ଭୁକ୍ତ ଗ୍ରାମର ପରିବାର ମାନଙ୍କୁ 300unit ପର୍ଯ୍ୟନ୍ତ ମାଗଣା ବିଜୁଳି ପ୍ରଦାନ କରାଯାଉ। ଏହି ୧୦ଟି ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ତାଳଚେର ସୁରକ୍ଷା ମଞ୍ଚ ସଭାପତି ଓ ତାଳଚେର ବିଧାୟକ ଚେତାବନୀ ଦେଇଛନ୍ତି ।
୧୦ ଦଫା ଦାବୀ ନେଇ ଆନ୍ଦୋଳନକୁ ଓହ୍ଲାଇଛି ତାଳଚେର ସୁରକ୍ଷା ମଞ୍ଚ !!!

