ସବୁଠି ପୂଜା ପାଉଛନ୍ତି ଗ୍ରହରାଜ ଶନିଦେବ !!!

Spread the love

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ସମଲରେ ଆଜି ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି ଗ୍ରହରାଜ ପ୍ରଭୁ ଶନିଦେବ । ସେହିପରି ଆଜି ସମଲସ୍ଥିତ ବିକିସରରେ ରାସ୍ତା କଡରେ ଥିବା ପ୍ରଭୁ ଶନିଦେବଙ୍କ ମଣ୍ଡପ ଠାରେ ପୂଜା ଲଘୁ ଆଡମ୍ବରରେ ପାଳନ କରାଯାଇଛି । ଉକ୍ତ ପୂଜାରେ ଭକ୍ତ ଉପବାସ ରହି ବ୍ରତ କରୁଥିବାର ଦେଖିବାକୁ ମିଳିଥିଲା । ଗ୍ରହରାଜ ଶନି ଦେବଙ୍କ ଯଜ୍ଞରେ ପୁରୋହିତ ଶ୍ରୀଯୁକ୍ତ ସଦାନନ୍ଦ ଦେବତା ପୂଜା ଅର୍ଚ୍ଚନା କରିଥିଲେ । ଏହି ପୂଜାରେ ସମସ୍ତ ମହିଳା ଶ୍ରଦ୍ଧାଳୁ ମାନେ ଏକତ୍ରିତ ହୋଇ ପୂଜା କରିବା ସହିତ ପୁଷ୍ପାଞ୍ଜଳି ଓ ଶେଷରେ ପ୍ରସାଦ ସେବନ କରିଥିଲେ ।

Leave a Reply

Your email address will not be published. Required fields are marked *