ଅସୁରେଶ୍ଵର ଦଧିବାମନ ଜୀଉ ଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଆରମ୍ଭ !!!

0
190

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ଵର ପଞ୍ଚାୟତ କୋଇଲୋ ଗ୍ରାମର ଆରାଧ୍ୟ୍ୟ ଦେବତା ଶ୍ରୀ ଶ୍ରୀ ଦଧିବାମନ ଜୀଉ ଙ୍କ ପୀଠରେ ପବିତ୍ର ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୁଏ ମହାପ୍ରଭୁ ଶ୍ରୀ ଦଧିବାମନ ଜୀଉଙ୍କ ର ପ୍ରସିଦ୍ଧ ଚନ୍ଦନ ଯାତ୍ରା । ଦୀର୍ଘ ଦୁଇ ବର୍ଷ ହେବ ମହାମାରୀ କରୋନା ପାଇଁ କେବଳ ବିଧି ରକ୍ଷା ନିମନ୍ତେ ରିତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ଚଳିତ ବର୍ଷ ପ୍ରଭୁ ଙ୍କ ଦୟାରୁ ମହାମାରୀ ହଟି ଯାଇଥିବାରୁ ଚନ୍ଦନ ଯାତ୍ରା ମହା ସମାରୋହରେ ପାଳନ ହେଉଛି । ପ୍ରତ୍ୟେକ ଦିନ ସଂଧ୍ୟା ରେ ଚନ୍ଦନ ଯାତ୍ରା ନିମନ୍ତେ ପ୍ରଭୁ ଶ୍ରୀ ଶ୍ରୀ ଦଧିବାମନ ଜୀଉ ଙ୍କ ପ୍ରତିନିଧି ରୁପେ ପ୍ରଭୁ ଶ୍ରୀ ଶ୍ରୀ ମଦନମୋହନ , ଜଗତ ଜନନୀ ମା” ଲକ୍ଷ୍ମୀ ସହିତ ଦଧିବାମନ ଜୀଉ ଙ୍କ ମନ୍ଦିର ରୁ ସୁସଜ୍ଜିତ ପାଲିଙ୍କି ରେ ମହା ପଟୁଆର ରେ ଆସି ଚନ୍ଦନ ପୁସ୍କରଣୀରେ ସୁସଜ୍ଜିତ ବିମାନରେ ବିରାଜମାନ କରିଥାନ୍ତି । ମହାପ୍ରଭୁ ନୌକା ରେ ବସି ପୁଷ୍କରଣୀ ରେ ଚାପ ଖେଳନ୍ତି I ଏହି ଯାତ୍ରା ସମୟରେ ବିଭିନ୍ନ ମନୋମୁଗ୍ଧକର ନୃତ୍ୟ ଗୀତ ପରିବେଷିତ ହୁଏ I ଏହି ଚନ୍ଦନ ଯାତ୍ରା ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏକ ବିରଳ ଦିଗଦର୍ଶନ । ପ୍ରଭୁଙ୍କ ଚନ୍ଦନ ଯାତ୍ରା ଦେଖିବାକୁ ପ୍ରବଳ ଶ୍ରଦ୍ଧାଳୁ ଙ୍କ ସମାଗମ ଦେଖିବାକୁ ମିଳିଛି । ଏହି ପ୍ରସିଦ୍ଧ ଚନ୍ଦନ ଯାତ୍ରା ଏକୋଇଶି ଦିନ ଧରି ଚାଲିବ ବୋଲି ମନ୍ଦିର ପରିଚାଳନା କମିଟି ସଦସ୍ୟ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here