ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୁଇଦିନ ତଳେ କାଳବୈଶାଖୀ ହୋଇଥିବା ବେଳେ , ନୂଆଗାଁ ବ୍ଲକ ଅନ୍ତର୍ଗତ ଢେଂକେଣା ଏବଂ ଚାହାଳୀ ପଞ୍ଚାୟତ ର କିଛି ଗ୍ରାମରେ ଘର ମଧ୍ୟ ନଷ୍ଟ ହୋଇଛି l ଦଶପଲ୍ଲା ବିଧାୟକଙ୍କ ନିର୍ଦ୍ଦେଶ କ୍ରମେ କାଳବୈଶାଖୀ ର କ୍ଷୟକ୍ଷତି ପରଖିଲେ ବ୍ଲକ ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷ . ନୂଆଗାଁ ବ୍ଲକ ଅଧ୍ୟକ୍ଷା ଲଷ୍ମୀପ୍ରିୟା ବେହେରା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା , ବ୍ଲକ ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ ଏବଂ ଢେଂକେଣା ଗ୍ରାମପଞ୍ଚାୟତ ସରପଞ୍ଚ ଯୁଗଳ କିଶୋର ମିଶି କରି ଯାଇ କାଳବୈଶାଖୀ ର କ୍ଷୟକ୍ଷତି ପରଖି ଥିଲେ l କାଳବୈଶାଖୀ ପ୍ରଭାବରେ ଯାହାର କିଛି କ୍ଷତି ହୋଇଛି ସେମାନେ କିପରି ସରକାର ଙ୍କ ଯୋଜନାରେ ଲାଭ ପାଇ ପାରିବେ ସେ ବାବଦରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ ଅବଗତ କରାଇଥିଲେ l କ୍ଷତିଗ୍ରସ୍ତ ମାନଙ୍କୁ କିଛି ଶୁଖିଲା ଖାଦ୍ୟ ମଧ୍ୟ ବଣ୍ଟନ କରିଥିଲେ l
କାଳବୈଶାଖୀ ର କ୍ଷୟକ୍ଷତି ପରଖିଲେ ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷ !!!

