ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଏ ଯାଏଁ ସମଗ୍ର ବିଶ୍ଵରୁ ମହାମାରୀ କରୋନାର ପ୍ରକୋପ ସମ୍ପୂର୍ଣ୍ଣ ଭାବରେ ଥମି ନାହିଁ । ବିଭିନ୍ନ ସ୍ଥାନରେ ଏହା ପୁଣି ମୁଣ୍ଡ ଟେକୁଥିବାର ଦେଖିବାକୁ ମିଳୁଛି । ଏହା ସହିତ ଦେଶର ଆର୍ଥିକ ମାନ୍ଦାବସ୍ଥାର ମଧ୍ୟ କୌଣସି ପରିବର୍ତ୍ତନ ଆସି ପାରିନାହିଁ । ମହାମାରୀର ପ୍ରକୋପରେ ଅନେକ ଲୋକ ଜୀବନ ଜୀବିକା ହରାଇ ଭାଙ୍ଗି ପଡିଛନ୍ତି । ତେଣୁ ସଚେତନତା ସହ ସହାୟତାର ଆବଶ୍ୟକତା ରହିଛି । ଏହିପରି କ୍ଷେତ୍ରରେ ଓଡ଼ିଶା ରାଜ୍ୟର ଯାଜପୁର ଜିଲ୍ଲା ଅନ୍ତର୍ଗତ ବାବଲପୁରସ୍ଥିତ ଅଗ୍ରଣୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଜାରୀ ରହିଛି ସଚେତନତା ସହ ସେବାକର୍ଯ୍ୟ । ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ମାକ୍ସ, ସାନିଟାଇଜର, ଓ.ଆର.ଏସ, ହ୍ୟାଣ୍ଡ ଗ୍ଲୋବ୍ସ ଆଦି ବଣ୍ଟନ ସହ ଗରିବ ଅସହାୟ , ପାଗଳା ପାଗିଳି, ଭିକ୍ଷୁକ, ଦିବ୍ୟାଙ୍ଗ,ରାସ୍ତା କଡ / ରେଲୱେ ଷ୍ଟେସନ / ବସ୍ତି ଆଦିରେ ଜୀବନ କାଟୁଥିବା ବ୍ୟକ୍ତି ମାନଙ୍କୁ ଖାଦ୍ୟ, ବସ୍ତ୍ର, ଆର୍ଥିକ ସହାୟତା ସହ ଅନାଥ ପିଲାମାନଙ୍କୁ ବହି ଖାତା ଆଦି ଯୋଗାଇ ଦିଆଯାଉଥିବାର ଦେଖିବାକୁ ମିଳିଛି । ଦିନ ସଂଖ୍ୟା ୭୭୧ ରୁ ୭୭୮ ପର୍ଯ୍ୟନ୍ତ ଫାଉଣ୍ଡେସନର ସେବା କାର୍ଯ୍ୟ ସହ କରୋନା କିଟ୍ ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାରୀ ରହିଛି । ଯାଜପୁର ବ୍ଲକର ଜାଲପୁର ଅଞ୍ଚଳରେ ସ୍ବେଚ୍ଛାସେବୀ ପ୍ରଦୀପ କୁମାର ମୁଦୁଲି, ବିଂଝାରପୁର ବ୍ଲକରେ ସ୍ବେଚ୍ଛାସେବୀ ଶ୍ରୀକ୍ଷେତ୍ର ସାହୁ, ଦଶରଥପୁର ବ୍ଲକରେ ସାମ୍ବାଦିକ ଜ୍ୟୋତିଶଙ୍କର ରାୟ ଙ୍କ ନେତୃତ୍ୱରେ ଏହି କାର୍ଯ୍ୟ ସମ୍ପାଦନା କରାଯାଇଥିବାର ଦେଖିବାକୁ ମିଳିଥିଲା । ଏଥିରେ ସାଗର ମଲ୍ଲିକ, ନରେଶ ମଲ୍ଲିକ,ରାକେଶ କୁମାର ଜେନା, ଶିବାଦିତ୍ୟ ଦାଶ ଆଦି ସହଯୋଗ କରିଥିଲେ ।
୭୭୮ ଦିନରେ ପହଞ୍ଚିଲା ଚିନ୍ମୟ ଫାଉଣ୍ଡେସନର କରୋନା କିଟ୍ ବଣ୍ଟନ କାର୍ଯ୍ୟକ୍ରମ !!!

