ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ସହର ବାଳିକା ଉଚ୍ଚ ବିଦ୍ୟାଳୟ ରୁ ନନ୍ ଭେଜ ମାର୍କେଟ ଏବଂ ବସଷ୍ଟାଣ୍ଡ ରାଜା ଛକ ରୁ ଡିଆଇସି ଛକ ରାସ୍ତାର ମଝିରେ ରହିଛି ଗୋପବନ୍ଧୁ ଛକ । ଏହି ଚାରି ଛକର ଚାରି ପଟ କୁ ବିଭିନ୍ନ ଉଠା ଦୋକାନୀ କବଜା କରି ନିଜ ପସରା ମେଲାଇ ପରିବା, ଚା’, ଜଳଖିଆ, ଗ୍ୟାରେଜ ଆଦି ଖୋଲିଛନ୍ତି । ଵିଶେଷ କରି ବାଇକ, କାର, ଅଟୋ ରିକ୍ସା ଦ୍ରୁତ ଗତିରେ ଗଲାବେଳେ ଏହି ଛକରେ ନିୟନ୍ତ୍ରଣ ହରାଇ ପରସ୍ପର ମଧ୍ୟରେ ଧକ୍କା ହେଉଛି ।ଏହି ଛକରେ ଦୁର୍ଘଟଣା ପ୍ରତି ଦୁଇ ତିନି ଦିନରେ ଥରେ ଘଟୁଛି । ଛକରେ ପୁଲିସ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି ।
ଉଠା ଦୋକାନ କାରଣରୁ ଟ୍ରାଫିକ ଅବ୍ୟବସ୍ଥା : ବଢୁଛି ଦୁର୍ଘଟଣା !!!

