ରନ୍ଧନ ଗ୍ୟାସ ଲିକ ହୋଇ ଅଗ୍ନିକାଣ୍ଡ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ତୁରଙ୍ଗ ଗ୍ରାମ ପଞ୍ଚାୟତ ୮ ନମ୍ବର ୱାର୍ଡ ସ୍ଥିତ ଏକ ଘରେ ଆଜି ଗ୍ୟାସ୍ ଲିକରୁ ଅଗ୍ନିକାଣ୍ଡ ହୋଇଛି । ସୂଚନା ଅନୁଯାୟୀ, ଏଠାକାର ଦୁଇ ଭାଇ ସଞ୍ଜୟ ସେଠୀ ଓ ଅମର ସେଠୀଙ୍କ ଘରେ ଅଗ୍ନିକାଣ୍ଡ ଘଟିଛି । ଘରେ ସକାଳେ ରୋଷେଇ କରିବା ବେଳେ ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା । ଫଳରେ ରୋଷେଇ ଘର ସହ ଗୋଟିଏ ବଖରାର ଆଜବେଷ୍ଟସ ଫାଟି ସମସ୍ତ ଜିନିଷ ପୋଡ଼ି ପାଉଁଶ ହୋଇ ଯାଇଛି । ଏ ନେଇ ପରିବାର ପକ୍ଷରୁ ଅଗ୍ନିଶମ ବିଭାଗକୁ ଖବର ଦିଆ ଯାଇଥିଲା । ଆଗ୍ନିକ ମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ ପାଖାପାଖି ୫୦ ହଜାର ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ଜଣାଯାଇଛି ।

 

Leave a Reply

Your email address will not be published. Required fields are marked *