ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାକୁ ଜାତୀୟ ମନିଟରୀ ଟିମ୍ ଲିଡର ୬ ଦିନିଆ ଗସ୍ତରେ ଆସିଥିବାର ଜଣାପଡିଛି l ଜାତୀୟ ମନିଟରୀ ଟିମ ଲିଡର ଡ.ଏସ ଦୟାକର ରେଡ୍ଡୀ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କରୁଛନ୍ତି l ବିଶେଷ କରି ଗଜପତି ଜିଲ୍ଲାରେ ନିର୍ମାଣଧିନ ପୋଖରୀ, ରୁରାଲ ହାଉସିଂ , ଜଙ୍ଗଲ ବିଭାଗ ତରଫରୁ ବୃକ୍ଷରୋପଣ , ଚେକ ଡ୍ୟାମ , ପଥର ପ୍ୟାକିଂ , କାଜୁ ପ୍ଲାଣ୍ଟେସନ ଏହି ସବୁ ଉନ୍ନତ ମାନର ଯୋଜନା ଏସ କସରଡାସିଂ ଗ୍ରାମ ପଞ୍ଚାୟତ ଅବସ୍ଥିତ l ଏହି ପରିଦର୍ଶନ ସମୟରେ ହିତାଧିକାରୀ ମାନଙ୍କର ଜବ କାର୍ଡ, ପାସବୁକ, ମନେରଗା କାର୍ଯ୍ୟ ସବୁ ତଦାରଖ କରିଥିଲେ l ଜିଲ୍ଲା ସ୍ତରୀୟ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ମହେଶ୍ୱର ଚନ୍ଦ୍ର ନାଏକ, ଏପିଡି, ପଞ୍ଚାୟତ ଅଧିକାରୀ, ରୁରାଲ ହାଉସିଂ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଏଇଇ, ଏଇ, ଏପିଓ, ଜିଆରଏସ , ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ l