ନାବାଳିକା କୋଳରେ ଧରମ ବାପ ର ପାପ !!!

0
324

127 total views , 1 views today

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ସଭ୍ୟ ସମାଜରେ ଅସଭ୍ୟ କାଣ୍ଡ । ବାପ ଝିଅ ର ପବିତ୍ର ସମ୍ପର୍କରେ କଳଙ୍କ । କଳିଯୁଗ ବାପର ପାପ କାହାଣୀ । ନାବାଳିକା ଝିଅ କୋଳରେ ଧରମ ବାପର ପାପ । ନିକିରାଇ ଥାନାରେ ଏପରି ଘଟଣା ସମ୍ପର୍କରେ ହୋଇଛି ଅଭିଯୋଗ । ସୂଚନା ଅନୁଯାୟୀ ନାବାଳିକା ପୀଡିତା ଜଣକ ନିକିରାଇ ଥାନା ଅନ୍ତର୍ଗତ ଚରପଡା ଗ୍ରାମର ହୋଇଥିବା ବେଳେ ସେହି ଗ୍ରାମର ପିଡିତାଙ୍କ ସମ୍ପର୍କୀୟ ବଡବାପା ଅରବିନ୍ଦ ମଲ୍ଲିକ ଓ ତାଙ୍କ ମା ଙ୍କ ସହିତ କଥାବାର୍ତ୍ତା କରି ଜଗତପୁର ଫୁଲପୋଖରୀ ଗ୍ରାମର ପ୍ରମୋଦ ନାୟକଙ୍କ ଘରେ ଛାଡିଥିଲେ । ପ୍ରମୋଦ ଙ୍କର ଝିଅ ନଥିବାରୁ ତାଙ୍କୁ ଧରମ ଝିଅ ଭାବେ ରଖିବାକୁ ପ୍ରତିଶୃତି ମଧ୍ୟ ଦେଇଥିଲେ । ହେଲେ ହଠାତ ଦିନେ ଧରମ ଝିଅ ନାବାଳିକା ଙ୍କ ଜୀବନରେ ମାଡି ଆସିଲା କଳା ବାଦଲ । ଧରମ ବାପା ଯୌନ ପିପାସୁ ପ୍ରମୋଦଙ୍କ ନଜରରୁ ବର୍ତ୍ତି ପାରିଲେନି ୧୬ ବର୍ଷୀୟା ନାବାଳିକା ଜଣକ । ତାପରେ ବାରମ୍ବାର ଉକ୍ତ ନାବାଳିକାଙ୍କୁ କରି ଚାଲିଥିଲେ ଦୁଷ୍କର୍ମ । ଯାହା ଫଳରେ ନାବାଳିକା ଜଣକ ଗର୍ଭବର୍ତୀ ହୋଇ ଜନ୍ମ ଦେଇଛି ଏକ ପୁତ୍ର ସନ୍ତାନ । ଯାହାକୁ ନେଇ ନିକିରାଇ ଥାନାରେ ହୋଇଛି ଅଭିଯୋଗ । ଅଭିଯୋଗ ହେବାର ପ୍ରାୟ ୩ ଦିନ ବିତି ଯାଇଥିଲେ ବି ପୋଲିସ ର ହାତ ଖାଲି । ଯାହାକୁ ନେଇ ଆମେ ଥାନା ଅଧିକାରୀ ଙ୍କ ପ୍ରତିକ୍ରିୟା ଲୋଡିଥିଲୁ , ହେଲେ ଥାନା ଅଧିକାରୀ ଅନୁପସ୍ଥିତ ଥିବାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଏବେ ଖବର ପ୍ରସାରଣ ପରେ ଅଭିଯୁକ୍ତ ମାନଙ୍କ ପ୍ରତି କଣ ନିଆଯାଉଛି କାର୍ଯ୍ୟାନୁଷ୍ଠାନ ତାହା ହିଁ ଦେଖିବାକୁ ରହିଲା ।

LEAVE A REPLY

Please enter your comment!
Please enter your name here