ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ୨ ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ୨ ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୬୪ ଟି ପ୍ରାକ୍ ମୋକଦମା ଜନିତ ମାମଲାର ଫଇସଲା କରାଯାଇଥିଲା । ସେଥି ମଧ୍ୟରୁ ୬୧ ଟି ବ୍ୟାଙ୍କ ସମ୍ପର୍କିତ ମାମଲାର ଫଇସଲା କରାଯାଇ ୧୪ ଲକ୍ଷ ୩୮ହଜାର ୧୦୦ ଟଙ୍କାରେ ସମାଧାନ କରାଯାଇଥିଲା । ୩ଟି ଜନ ଉପଯୋଗୀ ସେବା ମାମଲାର ଫଇସଲା କରାଯାଇଥିଲା । ସେହିପରି ୩୭୮ଟି ବିଚାରଧିନ ମାମଲାର ଫଇସଲା କରାଯାଇଥିଲା । ସେଠି ମଧ୍ୟରୁ ୨୨ଟି ମୋଟର ଯାନ ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ ୧ କୋଟି ୧୧ ଲକ୍ଷ ୫୫ ହଜାର ଟଙ୍କାର କ୍ଷତି ପୂରଣ ପ୍ରଦାନ କରାଯାଇଥିଲା । ସେହିଭଳି ୧୫ଟି ଚେକ ବାଉନ୍ସ ମାମଲା ଏବଂ ୬୩ ଟି ଦେୱାନୀ ମାମଲାର ସମାଧାନ କରାଯାଇଛି । ୬ଟି ବିଚାରଧିନ ବ୍ୟାଙ୍କ ସମ୍ପର୍କିତ ମାମଲା ୧୨ ଟି ପାରିବାରିକ ମାମଲା (ଛାଡପତ୍ର ବ୍ୟତୀତ), ୨୬୦ଟି ଫୌଜଦାରୀ ମାମଲାର ସମାଧାନ କରାଯାଇଥିଲା । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ତାଳଚେର, ଆଠମଲିକ, ପାଲଲହଡା, ଛେଣ୍ଡିପଦା ଓ ବଅଁରପାଳରେ ଥିବା ଅଦାଲତ ଗୁଡିକ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ପିକେ ପାତ୍ରଙ୍କ ତତ୍ୱାବଧାନରେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା । ଏହି ଲୋକ ଅଦାଲତ ରେ ଅନୁଗୁଳ ଅଦାଲତର ବିଚାରପତି ଗଣ, ସରକାରୀ ଓକିଲ, ଅନୁଗୁଳ କୋର୍ଟର ଆଇନଜୀବୀ, କୋର୍ଟ, ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ବିଭିନ୍ନ ବ୍ୟାଙ୍କର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । ସରକାରଙ୍କ ସମସ୍ତ ପ୍ରକାରର କରୋନା ନିୟମ ଓ କଟକଣା କୁ ଅବଲମ୍ବନ କରି ଏହି ଲୋକ ଅଦାଲତଟି ଆୟୋଜନ କରାଯାଇଥିଲା । ଲୋକ ଅଦାଲତ କୁ ସଚିବ ଜିଲ୍ଲା ଆଇନସେବା ପ୍ରାଧିକରଣ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *