ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ରାୟଗଡ ବ୍ଳକ କରଡ଼ା ସିଂ ଗ୍ରାମ ପଞ୍ଚାୟତ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ଓ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇ ଯାଇଛି ।100 ଗୋଟି ଅଭିଯୋଗ ଆସିଥିବା ବେଳେ 22 ଗୋଟି ଅଭିଯୋଗ ର ତୁରନ୍ତ ସମାଧାନ କରାଯାଇଛି । ଅନ୍ୟ ଅଭିଯୋଗ ଗୁଡିକ ତୁରନ୍ତ ସମାଧାନ ସକାଶେ ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ହ୍ବିଲଚିୟାର,ଏଫ ଆର ଏ ଆର ଓ ଆର ପଟ୍ଟା ପ୍ରକୃତ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଜନ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।
ଗ୍ରାମ ମୁଖୀ ପ୍ରଶାସନ ଓ ଅଭିଯୋଗ ଶୁଣାଣୀ !!!

