କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବଳରାମ ଯୋଜନାରେ କର୍ମଶାଳା ଆୟୋଜିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲାପାଳ ଡ଼.ପୋମା ଟୁଡୁ ଙ୍କ ଅଧ୍ୟକ୍ଷତାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବଳରାମ ଯୋଜନାରେ ଭୁମିହୀନ , ନାମମାତ୍ର, କ୍ଷୁଦ୍ର ଚାଷି ମିଳିତ ଚାଷ ନିମନ୍ତେ ଏକ କର୍ମଶାଳା ଜିଲ୍ଲାପାଳ ଙ୍କ ସଦଭାବନା ଗୃହ ରେ ଅନୁଷ୍ଠିତ ହୋଇଯାଇଛି । ବଳରାମ ଯୋଜନାରେ ସର୍ବନିମ୍ନ ୪ ଜଣ ରୁ ସର୍ବାଧିକ ୧୦ ଜଣ ଭୂମିହୀନ ଭାଗଚାଷୀ ଚାଷଜମି ଅନୁପାତରେ ୫୦ ହଜାର ଟଙ୍କା ରୁ ୧ ଲକ୍ଷ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ରୁ ବର୍ଷିକିୟା ଋଣ ନେଇ ଏହାକୁ ପରିଶୋଧ କରି ପାରିବେ । ଏହି ରୁଣକୁ ଠିକ୍ ସମୟରେ ପରିଶୋଧ କଲେ ୫୦ ହଜାର ରୁ ଅଧିକ ରୁଣ ଉପରେ ୩ ପ୍ରତିଶତ ହାରରେ ସୁଧ ଲାଗିବ ଏବଂ ୫୦ ହଜାର ଟଙ୍କା ରୁଣ ରେ କୈାଣସି ସୁଧ ପଡ଼ିବ ନାହିଁ । ଏହି ଯୋଜନାରେ ଚାଷୀ ଗୋଷ୍ଠୀ ଗଠନ ଠାରୁ ଆରମ୍ଭ କରି ରୁଣ ପରିଶୋଧ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କୃଷକ ସାଥୀ ମାନଙ୍କ ସହଯୋଗରେ କରାଯିବ। ଏହି ଆଲୋଚନା ର ସମସ୍ତ ତଥ୍ୟ ଟିକିନିଖି ଭାବରେ ଲିପିବଦ୍ଧ କରିବା ନିମନ୍ତେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ତହସିଲଦାର ମାନଙ୍କୁ ଜିଲ୍ଲାପାଳ ଡ଼. ଟୁଡୁ ନିର୍ଦ୍ଦେଶ ଦେବା ସହ ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ପ୍ରକ୍ରିୟା ସମ୍ପୁର୍ଣ୍ଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି କର୍ମଶାଳାରେ ଉପ-ଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କ ସହିତ ଉପ ନିର୍ଦ୍ଦେଶକ କୃଷି ବିଭାଗ , ପ୍ରକଳ୍ପ ନିର୍ଦ୍ଦେଶକ ଆତ୍ମା, ଉପ ନିର୍ଦ୍ଦେଶକ ଉଦ୍ୟାନ ବିଭାଗ, ଜିଲ୍ଲା ଉନ୍ନୟନ ବିଭାଗ ନାବାର୍ଡ, ଜିଲ୍ଲା କୃଷି ଅଧିକାରୀ, ବ୍ଲକ ସ୍ତରୀୟ ସମସ୍ତ କୃଷି ଓ ଉଦ୍ୟାନ ବିଭାଗ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ସମବାୟ ବିଭାଗ ଅଧିକାରୀ, ଅଗ୍ରଣୀ ବ୍ୟାଙ୍କ ପରିଚାଳକ ଏବଂ ଜିଲ୍ଲାର ବିଭିନ୍ନ ବ୍ୟାଙ୍କ ମୁଖ୍ୟ ମାନେ ଯୋଗ ଦେଇଥିଲେ ।

 

Leave a Reply

Your email address will not be published. Required fields are marked *