ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଆସନ୍ତା ୨୦-୦୫-୨୦୨୨ ରିଖ ଶୁକ୍ରବାର ଦିନ ଭାରତୀୟ ପ୍ରବାସୀ ପରିଷଦ ସଙ୍ଘ ଓ ବାଦର ଅଲ ସାମା ମେଡିକାଲରେ ଏକ ମାଗଣା ଚିକିତ୍ସା ଶିବିର ଆୟୋଜନ କରାଯାଉଛି । ଏହି ପ୍ୟାକେଜରେ ରକ୍ତଚାପ ପରୀକ୍ଷା, ରକ୍ତ ଶର୍କରା ପରୀକ୍ଷା, କୋଲେଷ୍ଟ୍ରଲ ପରୀକ୍ଷା, ଯକୃତ ସ୍କ୍ରିନିଂ (SGPT) , କିଡନୀ ସ୍କ୍ରିନିଂ (କ୍ରିଏଟିନାଇନ୍) ଏବଂ ସାଧାରଣ ଡାକ୍ତରଙ୍କ ପରାମର୍ଶ ସହିତ ବିନା ମୂଲ୍ୟରେ ଚିକିତ୍ସା କରାଯିବ | ଏହି ଶିବିର ସକାଳ ୧ ଟାରୁ ଅପରାହ୍ନ ୭ଟା ପର୍ଯ୍ୟନ୍ତ ପରିଚାଳିତ କରାଯିବ | ବ୍ଲଡ ସୁଗାର ପରୀକ୍ଷା ପାଇଁ ଉପବାସ ରେ ଆସିବାକୁ ଏରିଆ ସଭାପତି ବିଶ୍ୱରଂଜନ ସାହୁ କୁଏତ ରେ ଥିବା ସମସ୍ତ ପ୍ରବାସୀ ଭାରତୀୟ ଙ୍କୁ ଅନୁରୋଧ କରିଛନ୍ତି | ଅଧିକ ସୂଚନା ପାଇଁ ସଙ୍ଗ ତରଫରୁ ସମସ୍ତ ସ୍ୱେଚ୍ଛାସେବୀ ଓ କେନ୍ଦ୍ରୀୟ କମିଟି ର ସଭ୍ୟ ଙ୍କ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି | ପ୍ରବାସୀ ଓଡ଼ିଆ ବିଶ୍ୱ ରଞ୍ଜନ ସାହୁ ପ୍ରତ୍ୟକ୍ଷ ଭାବରେ ଭାରତ ସେବା ଦର୍ଶନ ର ଅଧ୍ୟକ୍ଷ , ୱାର୍ଲଡ ହ୍ୟୁମାନ ରାଇଟ କମିଶନ – ସ୍ବେଛାସେବୀ ସଂସ୍ଥା ର ସଭାପତି, ମୋ ସହାୟ – କୁଏତ, ଇଣ୍ଡିଆନ କଲଚରାଲ ସୋସାଇଟି – କୁଏତ, ରାଇଟର ଫୋରମ ଅଫ କୁଏତ, ଜଗନ୍ନାଥ ସମିଥି, ନେରଲ, ନିୟୁ ଦିଲ୍ଲୀ, ବସୁଧା – ଓଡିଶା ର ବିଭିନ୍ନ ସାମାଜିକ ସଂଗଠନ ସହିତ ନିସ୍ଵାର୍ଥପର ସେବା ର ଲକ୍ଷ୍ୟ ନେଇ ସେବା କରି ଆସୁଛନ୍ତି | ବିଶ୍ୱ ରଞ୍ଜନ ନିଜର ବକ୍ତ୍ୟବ ରେ କହିଛନ୍ତି “ମାନବ ସେବା ହ୍ନି ଈଶ୍ୱର ସେବା” | ଏହି ମାଗଣା ଚିକତ୍ସା ଶିବିର ରେ ସହଯୋଗ କରିଥିବା ସମସ୍ତ ସ୍ଵେଛାସେବୀ, ଭାରତୀୟ ପ୍ରବାସୀ ପରିଷଦ ଓଡିଶା ସଂଘ ର କାର୍ଯକାରିଣୀ କମିଟି ସଭ୍ୟ ଘନଶ୍ୟାମ ପଲାଇ, ଜିତେନ୍ଦ୍ର କୁମାର ଜେନା, ଅଶୋକ କୁମାର ସ୍ୱାଇଁ, ସରୋଜ ଓ ଭାରତୀୟ ପ୍ରବାସୀ ପରିଷଦ ର ସମସ୍ତ କେନ୍ଦ୍ରୀୟ କମିଟି ର ସଭ୍ୟ ଓ ସମ୍ପୂର୍ଣ ନିସ୍ଵାର୍ଥପର ସେବା ରେ ନିୟୋଜିତ ଓ ପରିଚାଳନା କରିଥିବା ବାଦର ଅଲ ସାମା ମେଡିକାଲ କୁଏତ ର ସମସ୍ତ କର୍ମକର୍ତ୍ତା ଙ୍କୁ ବିଶ୍ୱ ରଞ୍ଜନ ସାହୁ ନିଜର ଆନ୍ତରିଖ ଶୁଭେଚ୍ଛା ପ୍ରଦାନ କରିଛନ୍ତି |