ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ୧୯ ନମ୍ବର ୱାର୍ଡ ନିକଟସ୍ଥ ବସ୍ତିର ବିଭିନ୍ନ ସମସ୍ୟା ସମ୍ପର୍କରେ ପୌରପାଳିକା ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି ବସ୍ତି ବାସିନ୍ଦା । କାଉନସିଲର ବଳରାମ ଜେନାଙ୍କ ନେତୃତ୍ୱରେ ସେମାନେ ଦାବିପତ୍ର ପ୍ରଦାନ କରିଛନ୍ତି । ବସ୍ତି ବାସିନ୍ଦାଙ୍କ ଅଭିଯୋଗ ମୁତାବକ, ଜାଗା ମିଶନରେ କିଛି ଲୋକଙ୍କୁ ସାମିଲ କରାଯାଇଥିଲେ ମଧ୍ୟ ଏବେ ବି ଅନେକ ଲୋକ ଏହି ସୁବିଧା ପାଇ ପାରୁନାହାନ୍ତି । ଏଣୁ ସେମାନଙ୍କୁ ତୁରନ୍ତ ସାମିଲ କରିବାକୁ ସେମାନେ ଦାବି କରିଛନ୍ତି । ଏଥିସହ ସ୍ଥାନୀୟ ଅଞ୍ଚଳରେ ଯାତାୟାତ ପାଇଁ ଭଲ ରାସ୍ତା ଖଣ୍ଡେ ନାହିଁ। ସେହିପରି ପାଣି ନିଷ୍କାସନ ପାଇଁ ନାଳର ବି ସୁବିଧା ନାହିଁ । ଏଣୁ ପୌରପାଳିକା ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ବସ୍ତି ବାସିନ୍ଦା ଦାବି କରିଛନ୍ତି । ବସ୍ତିକୁ ପୌରପାଳିକାରେ ଅନ୍ତର୍ଭୁକ୍ତ କରାଇ ନାମକରଣ ପାଇଁ ମଧ୍ୟ ଏ ଅବସରରେ ଦାବି କରାଯାଇଥିଲା । ସମସ୍ତ ଦାବି ଶୁଣି ସାରିବା ପରେ ଖୁବ ଶୀଘ୍ର ଜାଗା ଚିହ୍ନଟ କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ ପୌରପାଳିକା ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ପ୍ରତିଶୃତି ଦେଇଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ କାଉନସିଲରଙ୍କ ସମେତ ଜୟନ୍ତ ଜେନା, ମୁକେଶ ଭୁତିଆ, ପ୍ରସନ୍ନ ଦଳ ବେହେରା, ରାମଚନ୍ଦ୍ର ଜେନା, ସୁମିତ୍ରା ସାହୁ, କୁନି ବିଶ୍ୱାଳ, ସୁଷମା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।