ନାଲକୋ ଥାନା ସିପିପି ଛକରେ ଟ୍ରକ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ନାଲକୋ ଥାନା ସିପିପି ଛକରେ ଟ୍ରକ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା । ସୌଭାଗ୍ୟବଶତଃ ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି । ସୂଚନା ମୁତାବକ, ସିପିପି କାରଖାନାରୁ କୋଇଲା ଅପସାରଣ କରି ଆସୁଥିବା ଟ୍ରକ ଓ ବଅଁରପାଳରୁ ସିପିପି ଆସୁଥିବା ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ବାଇକ ଚାଳକଙ୍କ ଗୋଡ଼ରେ ଆଘାତ ଲାଗିଛି । ସେ ଛେଳିଆପଡାର ଧୃବ ଚରଣ ମୁଦୁଲି (୪୨) ବୋଲି ଜଣା ଯାଇଛି । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

 

Leave a Reply

Your email address will not be published. Required fields are marked *