ଚାକିରୀରୁ ନିଲମ୍ବିତ ହୋଇ କୋର୍ଟ ଚାଲାଣ ହେଲେ ଛାତ୍ରୀ ମାନଙ୍କୁ ଅସଦାଚରଣ କରିଥିବା ପ୍ରଧାନଶିକ୍ଷକ !!!

Spread the love

କଳାହାଣ୍ଡି ( ଆୱାଜ ମିଡ଼ିଆ ) – ତୁଳସିରାମ ଛତ୍ରୀଆ : କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୂର ବ୍ଲକ ଗୋପୀନାଥପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶଶୀଧର ନାଏକ ଙ୍କ ନାମରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଆସିଥିଲା । ଏଭଳି ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ଓ ପୋଲିସର ତଦନ୍ତ ଜୋରଦାର ହୋଇଥିବା ବେଳେ ଅଭିଯୁକ୍ତ ପ୍ରଧାନଶିକ୍ଷକ ଶ୍ରୀ ନାଏକଙ୍କୁ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟର ପତ୍ର ନମ୍ବର ୫୮୬/୨୧/୫ ରେ ନିଲମ୍ବିତ କରାଯାଇଥିବା ବେଳେ ୨୯୪/୩୫୪/୩୫୪ଏ/୩୫୪ସି/୩୫୪ଡି ଆଇପିସି ଏବଂ ପୋକ୍ସୋ ସେକ୍ସନ ୧୨ ଧାରା ଅନୁଯାୟୀ ରବିବାର କୋର୍ଟ ଚାଲାଣ କରିଛି ଥୁଆମୂଳ ରାମପୁର ପୋଲିସ । ସୂଚନାଯୋଗ୍ୟ ଯେ ଏହି ଘଟଣାର ସତ୍ୟତା ଜାଣିବାକୁ ଯାଇ ଜିଲ୍ଲା ମଙ୍ଗଳ ଅଧିକାରୀ, ଶିଶୁ ସୁରକ୍ଷା ବିଭାଗର ଅଧିକାରୀ, ସ୍ଥାନୀୟ ବିଡିଓ ଏବଂ ଥୁଆମୂଳ ରାମପୁର ଥାନା ଅଧିକାରୀ ତଦନ୍ତ କରିଥିଲେ । ଶନିବାର ଉକ୍ତ ବିଦ୍ୟାଳୟର ଅଭିଯୁକ୍ତ ପ୍ରଧାନଶିକ୍ଷକ ଶଶୀଧର ନାଏକକୁ ପଚରାଉଚରା କରିବା ପାଇଁ ପୋଲିସ ଥାନାକୁ ଆଣିଥିଲା । ପୋଲିସର ତଦନ୍ତ ଏବଂ ପ୍ରଶାସନିକ ଅଧିକାରୀଙ୍କ ରିପୋର୍ଟ ଆଧାରରେ ରବିବାର ଅଭିଯୁକ୍ତ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବର୍ତ୍ତମାନ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବରେ ଶିକ୍ଷୟିତ୍ରୀ ଶ୍ରୀମତୀ ଆଲ୍ଲାଦିନୀ ମଣିବାଗଙ୍କୁ ଦାୟିତ୍ୱ ପ୍ରଦାନ ସହିତ ଉକ୍ତ ଛାତ୍ରୀ ନିବାସର ପରିଚାଳନା ମୁଖ୍ୟ ଦାୟିତ୍ୱ ଦିଆଯାଇଥିବା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *