ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଗୁମି ଗ୍ରାମପଞ୍ଚାୟତ ର ମୁରିଆମ୍ବା ଏବଂ ନୁଆସାହି ଦୁଇ ଆଦିବାସୀ ଗ୍ରାମ l ଗାଁ ରାସ୍ତା ପୁରା ଆବଡ଼ା ଖାବଡ଼ା ଥିଲା l ଚାରି ଚକିଆ ତ ଦୂର ର କଥା ଦୁଇ ଚକିଆ ଯିବାକୁ ମଧ୍ୟ ଅସୁବିଧା ହେଉଥିଲା l ଅସୁବିଧା ସମ୍ପର୍କରେ ସୂଚନା ପାଇ ତତ୍କାଳୀନ ସମସ୍ୟାକୁ ଦୂର କରିବାକୁ କିଛି ଅର୍ଥ ମଞ୍ଜୁର କରିଥିଲେ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା l ନିର୍ବାହୀ ଯନ୍ତ୍ରୀ ମଧ୍ୟ କାମ ଚାରି ମାସ ତଳୁ କାମ ସାରିଥିଲେ l କିନ୍ତୁ ଗତ ଦୁଇଦିନ ତଳେ କିଛି ଖବର ପ୍ରସାରଣ ସଂସ୍ଥା ବିଧାୟକ କୁଆଡେ ନିଜ ପାଣ୍ଠି ରୁ ନିଜ ସମ୍ପର୍କୀୟ କୁ କାମ ଦେଇଥିବା ନେଇ ଖବର ପ୍ରସାରଣ କରିଥିଲେ l ଏହାକୁ ନେଇ ବିଧାୟକ ନିଜର ପ୍ରତିକ୍ରିୟା ଦେଖାଇବା ପରେ ଆମେ ଏହାର ସତ୍ୟତା ପରଖିବା ପାଇଁ ସେହି ଦୁଇ ଗ୍ରାମକୁ ଯାଇଥିଲୁ l ଯେଉଁ ଲୋକମାନେ ମନ୍ତବ୍ୟ ଦେଇଥିଲେ କାମ ଭଲ ହେଇନି , ସେ ବିଧାୟକ ଙ୍କ ଭଣଜା କାମ କରୁଥିଲେ ବୋଲି ମଧ୍ୟ କହିଥିଲେ , ସେମାନଙ୍କୁ ଆମେ ସତ୍ୟତା ପଚାରିଲୁ l ସେମାନେ କହିଲେ ଯେ ଆମେ କିଛି ଜାଣିନୁ . ସେମାନେ ଆମକୁ ଏମିତି କହିବାକୁ କହିଲେ , ଏଥିପାଇଁ କହିଲୁ ବୋଲି ଆମକୁ ପ୍ରତିକ୍ରିୟା ଦେଇଥିଲେ l ଏ ବାବଦରେ ଆମେ ଗୁମି ଗ୍ରାମପଞ୍ଚାୟତ ର ଦାୟିତ୍ୱ ରେ ଥିବା ଯନ୍ତ୍ରୀ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ , ସେ କହିଥିଲେ ଏହା ସଂପୂର୍ଣ୍ଣ ଭିତ୍ତିହୀନ ଅଟେ , କାମ ସମ୍ପୂର୍ଣ୍ଣ ଠିକ ହୋଇଛି . ଆଉ ବିଧାୟକଙ୍କର କୌଣସି ସମ୍ପର୍କୀୟ ମଧ୍ୟ କାମ କରୁନଥିଲେ , ବରଂ ଏହା ବିଭାଗୀୟ କାର୍ଯ୍ୟ ଥିଲା l ନିରୀହ ଆଦିବାସୀ ଲୋକଙ୍କୁ ପ୍ରବର୍ତ୍ତାଇ ନିଜ ଇଚ୍ଛା ଅନୁସାରେ କୁହାଇ ତାଙ୍କର ବାଇଟ ଆଣି ଏଭଳି ସମ୍ବାଦ ପରିବେଷଣ ଗଣମାଧ୍ୟମର ନିରପେକ୍ଷତା ଉପରେ ପ୍ରଶ୍ନ ଲଗାଉଛି ବୋଲି ମତ ଦେଇଛନ୍ତି ନେତା ଏବଂ ଯନ୍ତ୍ରୀ , ଯାହାକି ଉଦେଶ୍ୟ ମୂଳକ ଏବଂ ଆଦୌ ଭଲକଥା ନୁହେଁ l
ନିର୍ମାଣ କାମ ନେଇ ମିଥ୍ୟା ଅପପ୍ରଚାର ହେଉଥିବାର ସ୍ପଷ୍ଟୀକରଣ ଦେଲେ ନେତା ଓ ଯନ୍ତ୍ରୀ !!!

