ହାଟତୋଟାରେ ଜନସନ କମ୍ପାନୀର ନୂତନ ଟାଇଲ ଶୋରୁମ ଉଦଘାଟିତ !!!

Spread the love

ତାଳଚେର ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ତାଳଚେର ହାଟତୋଟା ରୋଡ଼ରେ ଥିବା ଶ୍ରୀ ଗଣେଶ ଟାଇଲ୍ସ ଆଣ୍ଡ ଗ୍ରାନାଇଟ୍ ର ନୂତନ ଜନସନ ଟାଇଲ ଶୋରୁମ ଉଦଘାଟିତ ହୋଯାଇଛି । ଏ ଉତ୍ସବରେ ଶ୍ରୀ ଗଣେଶ ଟାଇଲ୍ସ ଏଣ୍ଡ ଗ୍ରାନାଇଟ୍‌ର ସତ୍ବାଧିକାରୀ ସୌମ୍ୟ ରଞ୍ଜନ ସାହୁଙ୍କ ମାମୁଁ ମନୋରଞ୍ଜନ ସାହୁ, ସୁଧାକର ସାହୁ, ଶଶଧର ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହିତ ନାଲି ଫିତା କାଟି ଏହି ଶୋରୁମ୍ କୁ ଉଦଘାଟନ କରିଥିଲେ । ଜନସନ ଟାଇଲ୍ ର ରାଜ୍ୟ ମୁଖ୍ୟ କାଳି ପ୍ରସାଦ ଜେନା କାର୍ଯକ୍ରମ ରେ ଉପସ୍ଥିତି ଥିଲେ । ଏଥିରେ ଶସ୍ତା ଓ ସୁନ୍ଦର ମାର୍ବଲ ଉପଲବ୍ଧ ରହିଥିବାର ଶୋରୁମ ପକ୍ଷରୁ କୁହାଯାଇଛି l ଆଜିର ଆଧୁନିକ ସମାଜରେ ଘର ପାଇଁ ମାର୍ବଲର ଚାହିଦା ଖୁବ ଅଧିକ ରହିଛି , ଏହାକୁ ଲକ୍ଷ କରି ତାଳଚେର ହାଟତୋଟାର ଏସ୍‌ ଏସ୍‌ ମାର୍ଟ ସମୁଖରେ ଏହି ବୃହତ ଶୋରୁମ ଖୋଲା ଯାଇଛି । ଏହାଦ୍ୱାରା ଏହି ଅଂଚଳ ରେ ଲୋକମାନେ ଆଉ ଦୂରକୁ ମାର୍ବଲ ପାଇଁ ଯିବାକୁ ପଡ଼ିବନି ବୋଲି ଶ୍ରୀ ଗଣେଶ ଟାଇଲ୍ସ ଏଣ୍ଡ ଗ୍ରାନାଇଟ୍‌ର ସତ୍ବାଧିକାରୀ ସୌମ୍ୟ ରଞ୍ଜନ ସାହୁ ପ୍ରକାଶ କରିଛନ୍ତି l

Leave a Reply

Your email address will not be published. Required fields are marked *