ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ମ୍ୟୁନିସିପାଲଟି ପକ୍ଷରୁ ୮ ନମ୍ବର ୱାର୍ଡରେ ଜାଗା ପଟା ବଣ୍ଟନ । ରାଜ୍ୟ ସରକାରଙ୍କ ଜାଗା ମିଶନ ତରଫରୁ ବସ୍ତି ବାସିନ୍ଦା ଙ୍କୁ ନୟାଗଡ଼ ମ୍ୟୁନିସିପାଲଟି ତରଫରୁ ପଟା ବଣ୍ଟନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଦୁଇ ଜଣଙ୍କୁ ପଟା ଦିଆ ଯାଇଥିବା ବେଳେ ଅନ୍ୟ ମାନଙ୍କୁ ଶୀଘ୍ର ପଟା ମିଳିବ ବୋଲି ୮ ୱାର୍ଡ କାଉନସିଲର କିଶାନ କୁମାର ଦାସ ପ୍ରକାଶ କରିଛନ୍ତି । ଏହି ଅବସରରେ ନୟାଗଡ଼ ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀ ସ୍ବାତୀ ମିଶ୍ର ଙ୍କ ସମେତ ଅଧ୍ୟକ୍ଷା ନିରୁପମା ଖଟେଇ ଏବଂ ସମସ୍ତ କାଉନସିଲର ଉପସ୍ଥିତ ଥିଲେ । ପଟା ବଣ୍ଟନ କରାଯିବା ସହିତ ୱାର୍ଡ ରେ ହେଉଥିବା ପାଣି, ରାସ୍ତା ସମସ୍ୟା ସମ୍ପର୍କରେ କାଉନସିଲର କିଶାନ କୁମାର ଦାସ ବୁଝିବା ସହିତ ବସ୍ତିବାସିନ୍ଦାଙ୍କ ମୌଳିକ ସୁବିଧା ଉପରେ ଗୁରୁତ୍ବ ଦିଆଯିବ ବୋଲି ପ୍ରକାଶ କରିଛନ୍ତି ।
ନୟାଗଡ଼ ମ୍ୟୁନିସିପାଲଟି ପକ୍ଷରୁ ୮ ନମ୍ବର ୱାର୍ଡରେ ଜାଗା ପଟା ବଣ୍ଟନ !!!

