ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଅନ୍ତର୍ଗତ ଖମାର ଗାଁରେ ପାରିବାରିକ କଳହରୁ ଘରେ ଲୁଗା ଲଗାଇ ମହିଳାଙ୍କ ଆତ୍ମହତ୍ୟା ।ମୃତକ ମହିଳା ଜଣଙ୍କ ସେହି ଗ୍ରାମର ଗଣେଶ୍ବର ଗଡନାୟକ ସ୍ତ୍ରୀ ଗୀତାଞ୍ଜଳୀ ଗଡନାୟକ । ସୂଚନା ଯେ, ଗଣେଶ୍ବରଙ୍କ ପରିବାରରେ ବିଭିନ୍ନ କାରଣରୁ ବାରମ୍ବାର କଳହ ହେଉଥିବା ବେଳେ ଆଜି ଗୀତାଞ୍ଜଳୀ ଘରେ କେହି ନଥିବା ସମୟରେ ଘର ଫ୍ୟାନ୍ ରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଫଳରେ ଖବର ପାଇ ବାଗୋଡିଆ ଫାଣ୍ତି ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଘଟଣା ଅଧିକ ଛାନଭିନ୍ ଜାରି ରଖିଛନ୍ତି ।
ପାରିବାରିକ କଳହରୁ ମହିଳାଙ୍କ ଆତ୍ମହତ୍ୟା !!!

