ରକ୍ତଦାନ ଶିବିର ଆୟୋଜନ କଲେ ଓଡିଶା କମ୍ପ୍ୟୁଟର ଏକାଡେମୀର ଛାତ୍ରଛାତ୍ରୀ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମୃତା ପଟ୍ଟନାୟକ : ରକ୍ତ ର ଅଭାବକୁ କିଛି ପରିମାଣରେ କମ କରିବା ପାଇଁ , ରକ୍ତଦାନ ଶିବିର ଆୟୋଜନ କଲେ ଓଡିଶା କମ୍ପ୍ୟୁଟର ଏକାଡେମୀର ଛାତ୍ରଛାତ୍ରୀ ମାନେ । ରାଜ୍ୟରେ ଦେଖା ଯାଉଥିବା ରକ୍ତ ଅଭାବ କୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ବିଭିନ୍ନ ସମୟରେ ରକ୍ତଦାନ ଭଳି ମହତ କାର୍ଯ୍ୟ ଆୟୋଜନ କରି ଆସୁଥିବା ବେଳେ ଏହାକୁ ଗୁରୁତ୍ୱ ର ସହ ନେଇଛି କଟକ ର ଅଗ୍ରଣୀ କମ୍ପୁଟର ଶିକ୍ଷାନୁଷ୍ଠାନ ଓଡ଼ିଶା କମ୍ପୁଟର ଏକାଡେମୀ । ଏହି ଅନୁଷ୍ଠାନର ଜନ୍ମ ବାର୍ଷିକ ଉତ୍ସବ ପାଳନ ଅବସରରେ ପ୍ରତ୍ୟେକ ବର୍ଷ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରି ଆସୁଥିବା ବେଳେ ବିଗତ କିଛି ବର୍ଷ ଧରି ଏପରି ରକ୍ତଦାନ ଶିବିର ଆୟୋଜନ କରି ଆସୁଛି । ଗତ ଦୁଇ ବର୍ଷ ହେବ କରୋନା ମହାମାରୀ ପାଇଁ ଏ କାର୍ଯ୍ୟକ୍ରମ ବନ୍ଦ ରଖାଯାଇଥିବା ବେଳେ ଏବର୍ଷ କିନ୍ତୁ ବେଶ ଉତ୍ସାହ ର ସହିତ ପାଳନ କରାଯାଇଛି । ଏହି ଶିବିରରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଛାତ୍ରଛାତ୍ରୀ ଆସି ଖୁବ ଉତ୍ସାହର ସହିତ ରକ୍ତଦାନ କରିଥିଲେ । ଏହାକୁ ଓଡିଶା କମ୍ପୁଟର ଏକାଡେମୀର ପରିଚାଳନା ନିର୍ଦ୍ଦେଶକ ସୂର୍ଯ୍ୟ ନାରାୟଣ ରାଉତ ଆୟୋଜନ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ କଟକ ର ଡିସିପି ପିନାକ ମିଶ୍ର ଏବଂ କଟକ ମହାନଗର ନିଗମର ଡେପୁଡି କମିଶନର ସଞୀବିତା ରାୟ ଯୋଗଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହ ଆଗାମୀ ଦିନରେ ରାଜ୍ୟରେ ରକ୍ତ ଅଭାବରୁ କାହାର ଜୀବନ ହାନି ନହେଉ ସେଥିପାଇଁ ସମସ୍ତେ ସଚେତନ ହେବାପାଇଁ ଆହ୍ୱାନ ଦେଇଥିଲେ । ଏହା ସହିତ ଆଗକୁ ଏପରି ଯୁବ ପିଢ଼ି ମାନେସ୍ବେଛାକୃତ ଭାବେ ଆସି ଏପରି ମହତ କାର୍ଯ୍ୟରେ ନିଜକୁ ସାମିଲ କରନ୍ତୁ ବୋଲି ଗଣମାଧ୍ୟମ ଜରିଆରେ ସମାଜକୁ ବାର୍ତ୍ତା ଦେଇଥିଲେ । ଗୋଟିଏ ରକ୍ତ ଦୁଇ ଜଣଙ୍କ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିବ ବୋଲି ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ରାଉତ ପ୍ରକାଶ କରିବା ସହିତ ଆଗାମୀ ଦିନରେ ଏପରି ମହତ କାର୍ଯ୍ୟ ଜାରି ରହିବ ବୋଲି ମତବ୍ୟକ୍ତ କରିଛନ୍ତି । ଏହା ବ୍ୟତୀତ ରକ୍ତଦାନ କରି ରକ୍ତ ସମ୍ପର୍କ ଗଢିବା ନିହାତି ଆବଶ୍ୟକ ବୋଲି ମତ ପୋଷଣ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ବାଙ୍କୀ ଶାଖାର ନିର୍ଦ୍ଦେଶକ ଦେବୀଦତ୍ତ ବିଭୁତିରାୟ ଏବଂ ଅନୁଷ୍ଠାନର ସମସ୍ତ କର୍ମଚାରୀ ମାନେ ଯୋଗ ଦେଇଥିବା ବେଳେ ରକ୍ତଦାନ କରିଥିବା ସମସ୍ତ ଛାତ୍ରଛାତ୍ରୀ ଏବଂ ରକ୍ତଦାତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏସ୍ ସି ବି ରକ୍ତ ଭଣ୍ଡାର ଏବଂ ଓଡିଶା କମ୍ପୁଟର ଏକାଡେମୀ ର ମିଳିତ ଉଦ୍ୟମରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ମୋଟ ୧୩୦ ୟୁନିଟ ରୁ ଉର୍ଦ୍ଧ୍ବ ରକ୍ତ ସଂଗ୍ରହ ହୋଇଥିଲା । ଯାହାକୁ କି ସାଧାରଣ ଲୋକେ ଶୁଭେଚ୍ଛା ଦେଇଥିବା ବେଳେ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା କରାଯାଇଛି ।

Leave a Reply

Your email address will not be published. Required fields are marked *