କନ୍ଧମାଳ ଜିଲ୍ଲାର ୭୩ ଟି ରୂପାନ୍ତରିତ ସ୍ମାର୍ଟ ସ୍କୁଲ୍‌ର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ରେ ହାତକୁ ନିଆ ଯାଇଥିବା ୭୩ ଟି ଉଚ୍ଚ ବିଦ୍ୟାଳୟର ରୁପାନ୍ତରୀକରଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚକାପାଦ ବ୍ଲକରେ ହାତକୁ ନିଆ ଯାଇଥିବା ସରକାରୀ ୟୂଜିଏଚ୍ଏସ ବିରିଗାଁ, ସରକାରୀ ହାଇସ୍କୁଲ ବପଲମେଣ୍ତି, ବିରୁପାକ୍ଷ ହାଇସ୍କୁଲ ବ୍ରାହ୍ମଣପାଦ ଓଏଭି ଚକାପାଦ ସରକାରୀ ହାଇସ୍କୁଲ ନେଡ଼ିଗୁଡ଼ା, ବିବି ହାଇସ୍କୁଲ ଲାଇନପଡ଼ା ଓ ସରକାରୀ ହାଇସ୍କୁଲ ଶଙ୍କରାଖୋଲ ଏହିପରି ୭ଟି ଯାକ ହାଇସ୍କୁଲ ଗୁଡିକ ସ୍କାର୍ଟକ୍ଲାସ ରୁମ, ଇ-ଲାଇବ୍ରେରୀ, ବାଥରୁମ, ଗେଟ୍‌, ରଙ୍ଗ ମରା କାମ ସବୁ ସରିଯାଇଛି ବୋଲି ଚକାପାଦ ବିଡିଓ ଅନୀଲ ପଟ୍ଟନାୟକ କହିଛନ୍ତି । ତେବେ ଶଙ୍କରାଖୋଲ ହାଇସ୍କୁଲରେ ଆସନ୍ତ। ୩ ତାରିଖ ଦିନ ଉଦଘାଟନ ଉତ୍ସବ ଅନୁଷ୍ଠିତ ହେବ ବୋଲି ବିଡ଼ିଓ ଅନୀଲ ପଟ୍ଟନ।ୟକ କହିଛନ୍ତି । ଜୁନ ୩ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରଚୁଆଲ ମୋଡରେ ଚକାପାଦ ସହିତ ଜିଲ୍ଲାର ସମସ୍ତ ୭୩ ଟି ହାଇସ୍କୁଲ ଉଦଘାଟନ କରିବେ । ଶଙ୍କରାଖୋଲ ଠାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ସାଂସଦ ଡଃ ଅଚ୍ୟୁତ ସାମନ୍ତ, ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ସହିତ ଜିଲ୍ଲାପାଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷା , ବରିଷ୍ଠ ପ୍ରଶାସନିକ ଅଧିକାରୀ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ପ୍ରମୁଖ ଯୋଗଦେବେ । ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୧୦ ଟି ହାଇସ୍କୁଲ ରୂପାନ୍ତରୀକରଣ କରାଯାଇଥିଲା । ଏହା ଦ୍ଵାରା ଛାତ୍ରଛାତ୍ରୀ ମାନେ ସରକାରୀ ହାଇସ୍କୁଲ ଗୁଡିକରେ ମଧ୍ୟ ବେସରକାରୀ ଇଂରାଜୀ ମିଡିୟମ ସ୍କୁଲ ପରି ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ପାଇ ପାରିବେ ।

Leave a Reply

Your email address will not be published. Required fields are marked *