ବାଳ ମୁକୁନ୍ଦ କେନ୍ଦ୍ର ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସହରସ୍ଥିତ ବାଳ ମୁକୁନ୍ଦ କେନ୍ଦ୍ର, ଶ୍ରୀରାସିକରାଜ ମନ୍ଦିର (ପରିଛା ମଠ) ଠାରେ ସକାଳୁ ପ୍ରଥମେ ପ୍ରାର୍ଥନା ଏବଂ ଜଗଦ ଗୁରୁ ଶ୍ରୀକୃପାଳୁ ମହାରାଜ ଜୀଙ୍କ ଆରତୀ ପରେ ନାମ ସଂକୀର୍ତ୍ତନ ସହ ମନ୍ଦିର ବେଢ଼ା ପରିକ୍ରମା କରାଯାଇଥିଲା l ସନ୍ଧ୍ୟାରେ ବାଳ ମୁକୁନ୍ଦ ସତସଙ୍ଗ ରାଜଗୁରୁ ସାହି ସ୍ଥିତ ପ୍ରଜ୍ୟୋତିଙ୍କ ଘରେ ଅନୁଷ୍ଠିତ ହୋଇଥିଲା l ଏଥିରେ ବାଳ ସତସଙ୍ଗୀ ମାନେ ଯୋଗଦେବା ସହ ଆଭାସୀ ବାଳ ମୁକୁନ୍ଦ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ପଞ୍ଜାବ(ଭାଟିଣ୍ଡା) ରୁ ଦୀପକ ଓ ପ୍ରତିକ କୁ ତାଙ୍କର ଆଗମନକୁ କେନ୍ଦ୍ର ତରଫରୁ ସ୍ୱାଗତ କରାଯାଇଥିଲା l କେନ୍ଦ୍ର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହ ପ୍ରତିଦିନ ସନ୍ଧ୍ୟାରେ ନିଜ ଘରେ ପରିବାର ସହ ସତସଙ୍ଗ କରିବାକୁ ପରାମର୍ଶ ଦେଇଥିଲେ l

Leave a Reply

Your email address will not be published. Required fields are marked *