ଆଗକୁ ରଥଯାତ୍ରା : ନୟାଗଡ – ପୁରୀ ପାସେଞ୍ଜର ଟ୍ରେନ ପୁନଃ ଚଳାଚଳରେ କାଳକ୍ଷେପଣ ନୀତି !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଏବଂ ପାରମ୍ପରିକ ରୀତିନୀତି ପାଖେଇ ଆସୁଥିବା ବେଳେ ଗତ ୨୦୨୦ ଠାରୁ କୋଭିଡ ମହାମାରୀ ପାଇଁ ସାମୟିକ ବ୍ୟାହତ ରହିଥିବା ନୟାଗଡ-ପୁରୀ ନିୟମିତ ପାସେଞ୍ଜର ଟ୍ରେନ ପୁନଃ ଚଳାଚଳ ପାଇଁ ପୂର୍ବତଟ ରେଳବାଇ କର୍ତୃପକ୍ଷ ନିର୍ଦ୍ଦେଶ ପ୍ରଦାନରେ ଅହେତୁକ ବିଳମ୍ବ ସାଡେ ବାର ଲକ୍ଷ ଜିଲ୍ଲା ବାସୀ ଏବଂ ଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଆଘାତ ଦେଉଛି l ନୟାଗଡ ପୁରୀ ପାସେଞ୍ଜର ଟ୍ରେନ କୁ ସ୍ୱାଭାବିକ କରିବା ପାଇଁ ସ୍ଥାନୀୟ ଲୋକ ପ୍ରତିନିଧି , ଜିଲ୍ଲା କଂଗ୍ରେସ ସଭାପତି ତତ ସହ ବିଭିନ୍ନ ଗଣ ସଂଗଠନ କାର୍ଯ୍ୟକର୍ତ୍ତା ରେଲୱେ କର୍ତୃପକ୍ଷଙ୍କୁ ଅନୁରୋଧ କଲା ପରେ ମଧ୍ୟ କୌଣସି ଆନ୍ତରିକ ଉଦ୍ୟମ ଆରମ୍ଭ ହୋଇ ପାରିଲା ନାହିଁ l ଆଇନଜୀବି ରଣଜିତ ଦାଶ ଆଉ ପାଦେ ଆଗେଇ ଆଜି ପୂର୍ବତଟ ରେଲୱେ ମହା ପ୍ରବନ୍ଧକଙ୍କୁ ପକ୍ଷଭୁକ୍ତ କରି ମାନନୀୟ ଅଧ୍ୟକ୍ଷ, ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା ), ପୁରୀ ଙ୍କ ଅଦାଲତଙ୍କ ପାଖରେ ଆଇନସେବା ପ୍ରାଧିକରଣ ଆଇନ ର ୨୨ ଗ ଧାରାରେ ଏକ ପିଟିସନ ଦାଏର କରି ପୁରୀ-ନୟାଗଡ ପାସେଞ୍ଜର, ନୟାଗଡ-ଖଡ଼ଗପୁର ଟ୍ରେନ ଚଳାଚଳ ସ୍ୱାଭାବିକ କରି ଜନସାଧାରଣଙ୍କୁ ରେଳ ଗମନାଗମନ ଅଧିକାର ସାବ୍ୟସ୍ତ ପାଇଁ ହସ୍ତକ୍ଷେପ ପ୍ରାର୍ଥନା କରିଛନ୍ତି l ସେହିପରି ଖଡ଼ଗପୁର ରୁ ନୟାଗଡ ଆସୁଥିବା ଟ୍ରେନ କୁ କୌଣସି କାରଣ ଦର୍ଶାନଯାଇ ମନଇଛା ୨୦୧୯ ରୁ ବାତିଲ କରାଯାଇଛି, ତେଣୁ ନୟାଗଡ ସହ ଅନ୍ତଃରାଜ୍ୟ ରେଳ ଚଳାଚଳ ବ୍ୟାହତ କରାଯାଇ ନୟାଗଡ ବାସୀଙ୍କୁ ରେଳସେବା ରୁ ବଞ୍ଚିତ କରାଯାଇଛି l ରେଳ ଚଳାଚଳ ସ୍ୱାଭାବିକ ହେଲେ ଠାକୁରଙ୍କ ରଥଯାତ୍ରା ସହ ପାରମ୍ପରିକ ରୀତିନୀତି ଦର୍ଶନ ପାଇଁ ଲୋକେ ଆଗ୍ରହର ସହ ଅପେକ୍ଷା କରିଛନ୍ତି l ପୁରୀ ଜିଲ୍ଲା ସ୍ଥାୟୀ ଲୋକ ଅଦାଲତ ଜନ ଉପଯୋଗୀ ସେବା Public Utility Service ଅଧୀନରେ ନୟାଗଡ ଜିଲ୍ଲା ଆଇନ ସେବା କାର୍ଯ୍ୟ କରୁଥିବାରୁ ଏହି ପିଟିସନ ନୟାଗଡ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବଙ୍କ ଜରିଆରେ ଦାଏର କରାଯିବା ପରେ ଏହାର ତ୍ୱରିତ ବିଚାର ପାଇଁ ପୁରୀ ପଠାଇ ଦିଆ ଯାଇଥିବା ଶ୍ରୀଯୁକ୍ତ ଦାଶ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *