ସ୍ତ୍ରୀ କୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ସାବିତ୍ରୀ ଅମାବାସ୍ୟା ପରି ଦିନରେ ସ୍ତ୍ରୀ କୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ବନ୍ତଳା ଥାନା ବଡକେରା ଗାଁରେ ଘଟି ଯାଇଛି । ସୂଚନା ଅନୁସାରେ ବଡକେରା ଗାଁ ର ବସନ୍ତ ବେହେରା ଓ ତାଙ୍କ ସ୍ତ୍ରୀ ଙ୍କ ମଧ୍ୟରେ କୌଣସି କାରଣ ପାଇଁ ରାତିରେ ଗଣ୍ଡଗୋଳ ହୋଇଥିଲା । ଏହି ଗଣ୍ଡଗୋଳ ବେଳେ ଉତ୍ତ୍ୟକ୍ତ ହୋଇ ବସନ୍ତ ଏକ ଟାଙ୍ଗିଆରେ ତାଙ୍କ ସ୍ତ୍ରୀ ଲିପି କୁ ଆକ୍ରମଣ କରିଥିଲେ । ଟାଙ୍ଗିଆ ଚୋଟରେ ଲିପି ସେଇଠାରେ ହିଁ ଟଳି ପଡ଼ିଥିଲେ । ଏହା ପରେ ସ୍ବାମୀ ବସନ୍ତ ନିଜେ ବିଳମ୍ବିତ ରାତିରେ ଥାନାକୁ ଯାଇ ଘଟଣା ସମ୍ପର୍କରେ ଜଣାଇବା ସହ ଆତ୍ମସମର୍ପଣ କରିଥିବା ଜଣା ପଡ଼ିଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *