ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ୨୦୨୧ ମସିହାର ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷାରେ ୬୮୫ ଜଣ ସଫଳତା ପାଇଥିବା ବଳେ , କୃତକାର୍ଯ୍ୟ ତାଲିକାରେ ଓଡ଼ିଶାରୁ ୯ ଜଣ ସ୍ଥାନ ପାଇଛନ୍ତି । ଏହା ଭିତରେ ଜଣେ ଅନୁଗୁଳ ଜିଲ୍ଲାର ଛାତ୍ର ରହିଛନ୍ତି । ପ୍ରଥମ ସ୍ଥାନରେ ଅଛନ୍ତି କାର୍ତ୍ତିକ ପାଣିଗ୍ରାହୀ । ସର୍ବ ଭାରତୀୟ ତାଲିକାରେ ତାଙ୍କର ରାଙ୍କ୍ ହେଉଛି ୬୩ । ୮୬ ରାଙ୍କ୍ ରେ ସୌରଭ କୁମାର ଅଗ୍ରୱାଲ୍, ୨୦୫ ରାଙ୍କ୍ ରେ ଦୁର୍ଗାପ୍ରସାଦ ଅଧିକାରୀ, ୨୩୨ ରାଙ୍କ୍ ରେ ବିଶ୍ୱ ବିଶ୍ରୁତ ତ୍ରିପାଠୀ, ୨୬୯ ରାଙ୍କରେ ଅନୁପ ଗର୍ଗ, ୨୭୩ ରାଙ୍କରେ ସମୀର କୁମାର ଜେନା, ୩୦୬ ରାଙ୍କରେ ସୌମ୍ୟରଞ୍ଜନ ପ୍ରଧାନ, ୩୭୬ ରାଙ୍କରେ ହର୍ଷିତ ମେହେର, ୫୧୩ ରାଙ୍କ୍ ରେ ମାନସ ରଞ୍ଜନ ସାହୁ ଅଛନ୍ତି । ୩୦୬ ରାଙ୍କରେ କୃତକାର୍ଯ୍ୟ ହାସଲ କରିଥିବା ସୌମ୍ୟରଞ୍ଜନ ଅନୁଗୁଳ ଜିଲ୍ଲା ପାଲଲହଡା ଅଞ୍ଚଳରେ । ତାଙ୍କ ବାପା ଜଣେ ଅଧ୍ୟାପକ ମା ଗୃହିଣୀ । ସେ ଛୋଟ ବେଳୁ ପାଲଲହଡାରେ ରହି ପାଠ ପଢୁଥବା ବେଳେ ଅନଲାଇନରେ ରେ ଇଉପିଏସସି ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ । ଇଉପିଏସସି ପାଇଁ ଦୈନିକ ସେ ୫ ରୁ ୬ ଘଣ୍ଟା ସମୟ ଦେଉଥିଲେ । ତେବେ ଏହି ସ୍ଵପ୍ନ ତାଙ୍କ ଜେଜେ ବାପାଙ୍କର ଥିଲା । ଆଉ ଆଜି ଜେଜେବାପାଙ୍କ ସ୍ଵପ୍ନ ସେ ପୂରଣ କରିଛନ୍ତି ବୋଲି ଗଣମାଧ୍ୟମକୁ ଏକ ସ୍ଵତନ୍ତ୍ର ସାକ୍ଷାତକାରରେ କହିଛନ୍ତି । ତାଙ୍କର ଏହି ସଫଳତାରେ ସେ ନିଜେ ତ ବହୁତ ଖୁସି ଅଛନ୍ତି ଏହା ସହ ତାଙ୍କ ବାପା-ମା , ଶିକ୍ଷକ ଶିକ୍ଷୟତ୍ରୀ ତଥା ପାଲଲହଡା ବାସୀ ବେଶ ଖୁସି ଅଛନ୍ତି ।
ସିଭିଲ ସର୍ଭିସ କୃତକାର୍ଯ୍ୟ ତାଲିକାରେ ଅନୁଗୁଳ ଜିଲ୍ଲାର ଛାତ୍ର କାର୍ତ୍ତିକ ପାଣିଗ୍ରାହୀ !!!

