ବଢୁଛି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମନମୁଖୀ କାରବାର : ବହିଷ୍କାର ଦାବିରେ କାର୍ଯ୍ୟାଳୟରେ ପଡିଲା ତାଲା !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମନମୁଖୀ କାରବାର କୁ ନେଇ ଜନ ଅସନ୍ତୋଷ , ବହିଷ୍କାର ଦାବିରେ କାର୍ଯ୍ୟାଳୟରେ ପଡିଲା ତାଲା . କଟକ ଜିଲ୍ଲା ବାଙ୍କୀ ଡମପଡା ବ୍ଲକ ଗୋପାଳପୁର ପଞ୍ଚାୟତ କାର୍ଯ୍ୟାଳୟ ରେ ନିୟୋଜିତ କାର୍ଯ୍ୟନିର୍ବାହୀ ଅଧିକାରୀ ଶିବ ପ୍ରସାଦ ଷଡ଼ଙ୍ଗୀ ଙ୍କ ମନମାନୀ ବିରୋଧରେ ଉତ୍ତ୍ୟକ୍ତ ୧୬ ରୁ ଅଧିକ ୱାର୍ଡ ମେମ୍ବର ତାଙ୍କର ବହିଷ୍କାର ଦାବି ରଖି ପଞ୍ଚାୟତ କାର୍ଯ୍ୟାଳୟ କୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ତାଲା ପକାଇଛନ୍ତି . ଅଭିଯୋଗ ଯେ , ପଞ୍ଚାୟତ ନିର୍ବାଚନ କୁ ୪ ମାସ ରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ ପଞ୍ଚାୟତର ମାସିକ ଆୟ ବ୍ୟୟ ସହିତ ଉନ୍ନୟନ ମୂଳକ କାମ କୁ ନେଇ ମାସିକ ସଭା କରାଯାଇ ପାରିଲା ନାହିଁ . ଯଦି ସଭା ହେଉଛି ଯୋଗ ଦେଉ ନାହାଁନ୍ତି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ . ଯେଉଁଥି ପାଇଁ ପଞ୍ଚାୟତ ଆୟ ବ୍ୟୟ ଜାଣି ହେଉଛି ନାଁ ପଂଚାୟତ ରେ କଣ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଉଛି ତାହାର ସୂଚନା ପାଇ ପାରୁଛନ୍ତି ସଭ୍ୟ ତଥା ସାଧାରଣ ଲୋକେ . ନିର୍ବାଚିତ ୱାର୍ଡ ମେମ୍ବର ମାନେ କରିଛନ୍ତି ଏପରି ଅଭିଯୋଗ. ଅନ୍ୟ ପଟେ ବିନା ପଲ୍ଲୀ ସଭା ଆଉ ଗ୍ରାମସଭା ରେ ଚାଲିଛି ପଞ୍ଚାୟତ କାମ . ସେପଟେ ପଞ୍ଚାୟତ ମିଟିଙ୍ଗ ରେ ଯୋଗ ଦେବା ପାଇଁ ସୂଚନା ଦେଲେ କିମ୍ବା ସରପଞ୍ଚ ଫୋନ କରିଲେ ସୁଦ୍ଧା ମିଳୁନି ନିର୍ବାହୀ ଅଧିକାରୀ ଙ୍କର କୌଣସି ଉତ୍ତର ବୋଲି ସିଧାସଳଖ ଅଭିଯୋଗ ଆଣିଛନ୍ତି ନବ ନିର୍ବାଚିତ ୧୬ ରୁ ଉର୍ଦ୍ଧ ୱାର୍ଡ ମେମ୍ବରଙ୍କ ସହିତ ଖୋଦ ସରପଞ୍ଚ ଅବନ୍ତୀ ବେହେରା . ଏବେ ୱାର୍ଡ ମେମ୍ବର ମାନଙ୍କ ସ୍ୱରରେ ସ୍ୱର ମିଳାଇଛନ୍ତି ଖୋଦ ପଞ୍ଚାୟତର ସରପଞ୍ଚ ଅବନ୍ତୀ ବେହେରା . ତୁରନ୍ତ ଏ ଦିଗରେ ବିଭାଗୀୟ ଅଧିକାରୀ ଦ୍ରୁଷ୍ଟି ଦେବା ସହିତ ନିଜର ମନମାନୀ ଚଳାଇ ଆସୁଥିବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଷଡ଼ଙ୍ଗୀ ଙ୍କ ବହିଷ୍କାର ସହିତ ନୂତନ ଅଧିକାରୀ ନିଯୁକ୍ତି ପାଇଁ ଦାବି ଜୋର ଧରିଛି .

 

 

Leave a Reply

Your email address will not be published. Required fields are marked *