ଶ୍ରୀମନ୍ଦିର ସୁରକ୍ଷା ନିମନ୍ତେ ବିଶ୍ୱ ହିନ୍ଦୁପରିଷଦ ନେତୃତ୍ବରେ ବିବିଧକ୍ଷେତ୍ର ପକ୍ଷରୁ ସୁକିନ୍ଦା ବ୍ଲକରେ ପ୍ରତିବାଦ ସଭା ଅନୁଷ୍ଠିତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ପ୍ରତ୍ୟେକଟି ଓଡ଼ିଆଙ୍କର ପରିଚୟ l ତାଙ୍କର ନିବାସ ଶ୍ରୀମନ୍ଦିର ହେଉଛି ସମଗ୍ର ହିନ୍ଦୁ ସମାଜ ର ଆସ୍ଥା, ବିଶ୍ୱାସ ତଥା ସଂସ୍କୃତିର ପ୍ରାଣ କେନ୍ଦ୍ର l ଚାରି ଧାମ ମଧ୍ୟରୁ ସର୍ବଶ୍ରେଷ୍ଠ ଧାମ ଶ୍ରୀକ୍ଷେତ୍ର ପୁରୀ l ଦୁଃଖର ବିଷୟ ଶ୍ରୀମନ୍ଦିରର ସୁରକ୍ଷା ଆଜି ବିପଦରେ ଥିବା ଦର୍ଶାଇ ବିବିଧ କ୍ଷେତ୍ର ପକ୍ଷରୁ ବୁଧବାର ଦିନ ସୁକିନ୍ଦା ବ୍ଲକ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଦେଖିବାକୁ ମିଳିଥିଲା l ଏ ବିପଦ ସୃଷ୍ଟି ହୋଇଛି ସରକାରଙ୍କ ଦ୍ୱାରା ମନ୍ଦିରର ସୌନ୍ଦର୍ଯ୍ୟ କରଣ ପାଇଁ ଆରମ୍ଭ କରାଯାଇଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଗୁ l ରାଜ୍ୟ ସରକାର ASI ବିନା ଅନୁମତିରେ ଶ୍ରୀମନ୍ଦିରରେ ଅବୈଧ ଖନନ ନିର୍ମାଣ କାର୍ଯ୍ୟ କରିବା , ଆଧ୍ୟାତ୍ମିକ ସ୍ଥଳୀକୁ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବା , ସୌନ୍ଦର୍ଯ୍ୟ କରଣ ନାଁରେ ଶହ ଶହ ବର୍ଷର ଐତିହ୍ୟ ସଂସ୍କୃତି ପରମ୍ପରାକୁ ନଷ୍ଟ କରୁଥିବା ଅଭିଯୋଗ କରିଛନ୍ତି ବିକ୍ଷୋଭକାରୀ l ଏହାର ପ୍ରତିବାଦରେ ଶ୍ରୀମନ୍ଦିର ସୁରକ୍ଷା ନିମନ୍ତେ ସୁକିନ୍ଦା ବ୍ଲକ ବିଶ୍ୱ ହିନ୍ଦୁ ପରିଷଦ ନେତୃତ୍ବରେ ବିବିଧକ୍ଷେତ୍ର ର କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ସୁକିନ୍ଦା ବ୍ଲକ କାର୍ଯ୍ୟାଳୟ ସମୁଖରେ ରାଜ୍ୟ ସରକାର ବିରୁଦ୍ଧରେ ଶାନ୍ତିପୂର୍ଣ୍ଣ ଗଣ ସମାବେଶ ସହିତ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ଯାଇଥିବା ଦେଖିବାକୁ ମିଳିଛି l

Leave a Reply

Your email address will not be published. Required fields are marked *