କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର କନ୍ଦରପୁର ସ୍ଥିତ ସରସ୍ଵତୀ କଳା ପରିଷଦର ଉପଦେଷ୍ଟା ତଥା ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ ଅନ୍ତର୍ଗତ ବାଲିଆ ଗୋପୀନାଥପୁର ବାସିନ୍ଦା ସ୍ବର୍ଗତ ଯଦୁମଣି ଶତପଥୀଙ୍କ ଦ୍ଵାଦଶାହରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ତାଙ୍କ ବାସଭବନରେ ଆୟୋଜିତ ହୋଇ ଯାଇଛି । ଉକ୍ତ ସଭାରେ ଗୋପୀନାଥପୁର ପଞ୍ଚାୟତ ସରପଞ୍ଚ , ପୂର୍ବତନ ଜିଲ୍ଲା ପରିଷଦ ନେତ୍ରାନନ୍ଦ ପାତ୍ର, ବିଧାୟକଙ୍କ ପ୍ରତିନିଧି ନୃସିଂହ ଚରଣ ଦାଶ, ତାଙ୍କ ପରିବାର ବର୍ଗ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ ବିଦ୍ୱାନ ପଣ୍ଡିତ ମୂରଲୀଧର ଜଣେ ପରୋପକାରୀ , ସରଳ ବିଶ୍ୱାସୀ, ଧର୍ମପରାୟଣ, ମିଷ୍ଟଭାଷୀ ମଣିଷ ଥିଲେ ।
ବିଦ୍ୱାନ ପଣ୍ଡିତ ମୂରଲୀଧର ଶତପଥୀଙ୍କୁ ଶ୍ରଦ୍ଧାଞ୍ଜଳୀ !!!

