ନୟାଗଡ ଜିଲ୍ଲା ଗଣିଆ ବ୍ଲକ ରେ ବିନା ସୂଚନା ଫଳକରେ ଚାଲିଛି କାମ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ପାଣି ପାଇପ୍ ପକାଇବା, ନଳକୂପ ଖୋଳିବା ଆଦି କାର୍ଯ୍ୟ କରୁଛି ଭୁତ । ଏହା ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ବିଜୟ ନଗର ମଳିକ ସାହି ରେ ଏପରି କାର୍ଯ୍ୟ ଚାଲିଛି । ବିଜୟ ନଗର ଠାରେ ଥିବା ଜଳ ଓ ପରିମଳ ଅଫିସ ପାଖରେ ଥିବା ଏକ ଜାଗାରେ ନଳକୂପ ଖୋଳାଯାଇ ପାଚେରୀ ବୁଲା ଯାଇଛି । ନଳକୂପ ରୁ ଏକ ପାଇପ୍ ଲାଇନ ରାସ୍ତା ଉପରେ ମଳିକ ସାହି ଭିତରକୁ ଅଧା ରାସ୍ତା ପର୍ଯ୍ୟନ୍ତ ବିଛା ଯାଇଛି । ଏହା ନିଶ୍ଚିତ ଯେ ଗ୍ରାମବାସୀଙ୍କୁ ପିଇବା ପାଣି ଯୋଗାଇବା ନିମନ୍ତେ କାର୍ଯ୍ୟ ହେଉଥିବାର ଅନୁମାନ କରାଯାଉଛି । ତେବେ ଏଠାରେ ପ୍ରଶ୍ନ ଉଠେ ଏ କାର୍ଯ୍ୟ କେଉଁ ବିଭାଗ କରୁଛି ? ଏହାର ଠିକାଦାର କିଏ ? ଅଟକଳ ମୂଲ୍ୟ କେତେ ? କଣ ପାଇଁ ଏ ନଳକୂପ ଖୋଳାଯାଇ ପାଇପ୍ ଲାଇନ ବିଛାଯାଉଛି ? ଏହାର ସୂଚନା କାହା ପାଖରେ ନାହିଁ । କୈାଣସି ସୂଚନା ଫଳକ ମଧ୍ୟ ଲେଖା ଯାଇନାହିଁ । ତେବେ ଏଠାରେ ଏ ପାଇପ୍ ଲାଇନ ବିଜୟ ନଗର ମଳିକ ସାହି ବାସିନ୍ଦାଙ୍କ ପାଇଁ ଉଦ୍ଦିଷ୍ଟ ନା ଅନ୍ୟ କିଛି କାର୍ଯ୍ୟ ନିମନ୍ତେ ପାଇପ୍ ଲାଇନ ରୋଡ଼ ଉପରେ ନିଆଯାଉଛି କାହା ପାଖରେ କିଛି ଖବର ନାହିଁ । ଏଥିପାଇଁ ଗ୍ରାମବାସୀ ମାନେ ଆଲୋଚନା କରନ୍ତି ଭୁତ କରୁଛି ପାଇପ୍ ଲାଇନ କାମ । ଜନସାଧାରଣ ଙ୍କୁ ନିର୍ମାଣ ହେଉଥିବା ଏହି କାର୍ଯ୍ୟ ର ସଠିକ ତଥ୍ୟ ଦେବା ପାଇଁ ସାଧାରଣ ରେ ଦାବି ହେଉଛି ।

 

Leave a Reply

Your email address will not be published. Required fields are marked *