ଜମି ଅଧିଗ୍ରହଣ ବିରୋଧରେ ମହାମେଳି !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ନତଡା ଗ୍ରାମରେ ଏମସିଏଲ ଦ୍ୱାରା ଭୁ ଅଧିଗ୍ରହଣ କରି ରେଲୱେ ଲାଇନ କାର୍ଯ୍ୟ ଜାରି ରଖିଥିଲା ବେଳେ ନତଡା ଗ୍ରାମବାସୀ ଏହାର ଘୋର ବିରୋଧ କରିବା ସହିତ ରେଲୱେ ନିର୍ମାଣ କାର୍ଯ୍ୟ ବନ୍ଦ କରି ଦେଇଥିଲେ l ଫଳରେ ଗତକାଲି ଧାରଣା ସ୍ଥଳରେ ପୋଲିସ ମୁତୟନ କରାଯାଇ କାର୍ଯ୍ୟ ଆରମ୍ଭ କରାଯାଇଥିଲା l ଏହି ସମସ୍ୟା ର ସମାଧାନ ନିମିତ୍ତ ନତଡା ଗ୍ରାମର ଯାତ୍ରା ପଡିଆ ଠାରେ ଏକ ବୈଠକ ରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଏବଂ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ଯୋଗ ଦେଇଥିଲେ l ତାଙ୍କ ସହିତ ସ୍ଥାନୀୟ ସରପଞ୍ଚ ପ୍ରଣତି ପ୍ରଧାନ, ସମିତି ସଭ୍ୟ ସତ୍ୟ ନାରାୟଣ ମାଝୀ, ଗ୍ରାମ ସଭାପତି ସୁଧାକର ସାହୁ, ଉପଦେଷ୍ଟା ହରମୋହନ ସାହୁ, ଏବଂ ଯୁଧିଷ୍ଠିର ପ୍ରଧାନ ଉପସ୍ଥିତ ରହିଥିଲେ l ବୈଠକର ଆଲୋଚନା ଏବଂ ବିଧାୟକ ଙ୍କ ଦ୍ୱାରା ଜିଲାପାଳ ଙ୍କ ସହିତ ଯୋଗାଯୋଗ ପରେ ଜିଲାପାଳ ଙ୍କ କାର୍ଯ୍ୟାଳୟ ରେ ଏକ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି l ଯାହାକି ନତଡା ଗ୍ରାମର ସମସ୍ୟା କୁ ସମାଧାନ କରିବା ଦିଗରେ ସହାୟକ ହେବ ବୋଲି ଆଶା ସଂଚାର କରିଛି l

 

Leave a Reply

Your email address will not be published. Required fields are marked *