ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ସ୍ବାଗତ ନାୟକ , ବୟସ ମାତ୍ର ୨୦ ବର୍ଷ . କିନ୍ତୁ ନିଜର ସେବା ମନୋଭାବ ପାଇଁ ଆଜି ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି ସିଏ । ଆଜି ଅନୁଗୋଳ ସହର ଉପକଣ୍ଠ ସୁସୁଡ଼ା ଗ୍ରାମସ୍ଥିତ ବାଜି ରାଉତ ଛାତ୍ରାବାସରେ ଯୁବ ସମାଜସେବୀ ସ୍ବାଗତ ନାୟକ (ରୋନି) ଙ୍କ ଦ୍ଵାରା ରନ୍ଧାଖାଦ୍ୟ ଦିଆ ଯାଇଛି । ବାଜିରାଉତ୍ ଛାତ୍ରାବାସ ବହୁ ପୂରାତନ ଛାତ୍ରାବାସ ଅଟେ । ଏଠାରେ ପ୍ରାୟ ଏକ ଶହରୁ ଅଧିକ ଅନ୍ତେବାସୀ ରହି ଆସୁଛନ୍ତି । ଯୁବ ସମାଜସେବୀ ସ୍ବାଗତ ନାୟକଙ୍କ କହିବା ମୁତାବକ ସେ ସାର୍ ରତନ ଟାଟା ଙ୍କ ଦ୍ଵାରା ଅନୁପ୍ରାଣିତ . ଯିଏ ଅଭାବୀ ଲୋକଙ୍କୁ ସବୁବେଳେ ସବୁ ସମୟରେ ସାହାଯ୍ୟ କରି ଆସୁଛନ୍ତି , ସେ ତାଙ୍କୁ ଦେଖି ଏହିଭଳି କାର୍ଯ୍ୟପ୍ରତି ଆକୃଷ୍ଟ ହୋଇଛନ୍ତି ଏବଂ ଆଜି ସୁଯୋଗ ପାଇ ଏହି ଅନ୍ତେବାସୀଙ୍କ ସହ ସମୟ ଅତିବାହିତ କରି ବହୁତ୍ ଖୁସି ଥିବା ଶ୍ରୀ ନାୟକ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ପରିବାରର ସମସ୍ତ ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ରହିଥିଲେ । ଆଗାମୀ ଦିନରେ ମଧ୍ୟ ଏଭଳି ସାମାଜିକ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ସ୍ବାଗତ ନାୟକ ସୂଚନା ଦେଇଛନ୍ତି । ଏତେ କମ ବୟସରେ ଏଭଳି ମହାନ ଚିନ୍ତାଧାରା ଓ ସେବା ମନୋଭାବ ଦେଖି ସମସ୍ତ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।
ଯୁବ ସମାଜସେବୀ ସ୍ବାଗତ ନାୟକଙ୍କ ଦ୍ଵାରା ରନ୍ଧା ଖାଦ୍ୟ ବଣ୍ଟନ !!!

